Latest Odisha News

BREAKING NEWS

ରାକେଶ ଟିକାଇତ୍‌ଙ୍କ ଚେତାବନୀ: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ: ଭାରତ କୃଷକ ସଂଘର ମୁଖପାତ୍ର ରାକେଶ ଟିକାଇତ୍‌ ଶୁକ୍ରବାର ଦିନ କହିଛନ୍ତି ଯେ ଚାଷୀଙ୍କ ବିରୋଧ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିରୋଧ ଚାଲିବ କାରଣ ଏପର୍ଯ୍ୟନ୍ତ ଏହାର ଅବଧି ସମ୍ପର୍କରେ କୌଣସି ଯୋଜନା ନାହିଁ।

ଟିକାଇତ୍‌ କହିଛନ୍ତି, ଯେ “ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଯୋଜନା ନ ଥିବାରୁ କୃଷକଙ୍କ ବିରୋଧ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ। ଏହା ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିପାରେ।”

ସଂଯୁକ୍ତ କିସାନ ମୋର୍ଚ୍ଚା (ଏସକେଏମ) ନେତା ଗୁରୁନମ ସିଂ ଚାର୍ନି କହିଛନ୍ତି ଯେ ଅକ୍ଟୋବର ପର୍ଯ୍ୟନ୍ତ କୃଷକଙ୍କ ବିରୋଧ ଜାରି ରହିବ।

ସରକାର ନୂତନ ଭାବେ ପ୍ରଣୟନ କରିଥିବା ତିନୋଟି କୃଷି ନିୟମକୁ ରଦ୍ଦ ନକଲେ ଏହା ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। କୃଷକମାନେ ଆନ୍ଦୋଳନ ଶେଷ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

Comments are closed.