Latest Odisha News

BREAKING NEWS

ନାଗେଶ ଟ୍ରଫି କ୍ରିକେଟ: ଓଡିଶାର ବିଜୟଧାରା ଜାରି, ହରିୟାଣାକୁ ହରାଇଲା

ଭୁବନେଶ୍ୱର:ବେଙ୍ଗାଲୁରରେ ଖେଳାଯାଉଥିବା ନାଗେଶ ଟ୍ରଫି (ଜାତୀୟ ଟି୨୦ ଦୃଷ୍ଟି ବାଧିକ କ୍ରିକେଟ)ରେ ଓଡିଶାର ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ଓଡିଶା ୪୭ ରନରେ ହରିୟାଣାକୁ ପରାସ୍ତ କରି ବିଜୟ ଧାରା ଜାରି ରଖିଛି । ଏ ଗ୍ରୁପରୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ସାରିଥିବା ଓଡିଶା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୯୨ ରନ କରି ଅଲଆଉଟ ହୋଇ ଯାଇଥିଲା । ସୁଖରାମ ମାଝତ ୬୮, ଲାଲ ପ୍ରସାଦ ସୋରେନ ୫୧ ରନ କରିଥିଲେ । ହରିୟାଣାର ଦୀପକ ମଲ୍ଲିକ ସର୍ବାଧିକ ୪ଟି ଉଇକେଟ ଅକ୍ତିଆର କରିଥିଲେ ।

୧୯୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହରିୟାଣା ୯ ଉଇକେଟ ବିନିମୟରେ ୧୪୫ ରନ କରିବାକୁ ସକ୍ଷମ ହୋଇଥିଲା । ନକୁଳ ବଡନାୟକ ୪ଟି, ସୁଖରାମ ୩ଟି ଉଇକେଟ ଅକ୍ତିଆର କରିଥିଲେ । ସୁଖରାମ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ୧୪ ତାରିଖରେ ଓଡିଶା ଏବଂ ଝାଡଖଣ୍ଡ ମଧ୍ୟରେ କ୍ୱାର୍ଟର ଫାଇନାଲ ମୁକାବିଲା ହେବ । ଟୁର୍ଣ୍ଣାମେଂଟରେ ୨୪ଟି ଦଳ ଅଂଶଗ୍ରହଣ କରିଛନ୍ତି ।

Comments are closed.