Latest Odisha News

BREAKING NEWS

ପୁରୀରେ ପର୍ଯ୍ୟଟକଙ୍କୁ ପୋଲିସର ମାଡ ଅଭିଯୋଗ

ପୁରୀ: ବଙ୍ଗୀୟ ପର୍ଯ୍ୟଟକଙ୍କୁ ପୋଲିସର ମାଡ ଅଭିଯୋଗ । ପଶ୍ଚିମଦ୍ୱାରରେ ଡ୍ୟୁଟିରେ ଥିବା ଜଣେ ପୋଲିସ ମାଡ଼ ମାରିବା ସହ ଭୁଲ ମଗେଇଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ପ୍ରିୟବ୍ରତ ସାହୁ ତାଙ୍କ ପରିବାର ସହ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିଲେ । ଦର୍ଶନ କରି ପଶ୍ଚିମ ଦ୍ୱାର ଦେଇ ଫେରିଥିଲେ । ତାଙ୍କ ସହ ତାଙ୍କର ଜଣେ ବୟସ୍କା ମହିଳା ଥିବାରୁ ତାଙ୍କୁ ପଶ୍ଚିମ ଦ୍ୱାର ଗୁମୁଟ ତଳେ ବସାଇ ବାହାରକୁ ଅଟୋ ଡାକିବାକୁ ଯାଇଥିଲେ । ଅଟୋ ଡାକି ଗୁମୁଟ ତଳେ ବସିଥିବା ବୟସ୍କାଙ୍କୁ ଆଣିବାକୁ ଯାଇଥିବା ବେଳେ ପୋଲିସ ତାଙ୍କୁ ଅଟକାଇ ଥିଲା । ତେବେ ସେ ପୋଲିସକୁ ଯେତେ ନେହୁରା ହୋଇ କହିଥିଲେ ମଧ୍ୟ ପୋଲିସ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ ମାରି ଥିବା ଅଭିଯୋଗ ହୋଇଛି ।

କିଛି ଦିନ ତଳେ ଜଣେ ପର୍ପ୍ୟଟକଙ୍କୁ ଦୁର୍ବବ୍ୟହାର ପରେ ପୁରୀ ପୋଲିସ ପକ୍ଷରୁ ପର୍ପ୍ୟଟକଙ୍କ ପାଇଁ ଏକ ଟୋଲ ଫ୍ରି ନମ୍ବର ଜାରି ହୋଇଥିଲା । ଏଭଳି ଘଟଣା ବାରମ୍ବାର ଘଟୁଥିବା ନଜରକୁ ଆସୁଛି ।

Leave A Reply

Your email address will not be published.