ବାରାଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପମାନିତ କରୁଥିବା ଏକ ଭିଡିଓ ଇଣ୍ଟରନେଟରେ ପ୍ରସାରଣ ଅଭିଯୋଗରେ ବାରାଣାସୀ ପୋଲିସ ଗୁଗୁଲ ସିଇଓ ସୁନ୍ଦର ପିଚାଇ ନାଁରେ ରୁଜୁ କରିଛି ମାମଲା । ଏଥିସହ ଅନ୍ୟ ୧୭ ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି । କିନ୍ତୁ ପରେ ଏଫଆଇଆରରୁ ସୁନ୍ଦର ପିଚାଇ ଓ ଗୁଗୁଲର ଆଉ କିଛି ବରିଷ୍ଠ ଅଧିକାରୀଙ୍କ ନାଁ ହଟାଇ ଦେଇଛି ଉତ୍ତରପ୍ରଦେଶ ପୋଲିସ ।
ୟୁଟ୍ୟୁବ ଓ ହ୍ବାଟ୍ସଆପ ମାଧ୍ୟମରେ ବୁଲୁଥିବା ଏହି ଭିଡିଓକୁ ପ୍ରସ୍ତୁତ କରିଥିବା ଗାଜିପୁର ଜିଲ୍ଲାର ଜଣେ ସ୍ଥାନୀୟ ସଂଗୀତଜ୍ଞଙ୍କୁ ଏଫଆଇଆରରେ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ସେ ପ୍ରସ୍ତୁତ କରିଥିବା ଭିଡିଓରେ ମୋଦୀଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ପରେ ମାମଲା ରୁଜୁ କରାଯାଇଥିଲା । ତେବେ ଏହି ମାମଲାରେ ସୁନ୍ଦର ପିଚାଇ ଓ ଗୁଗୁଲ ଅଧିକାରୀଙ୍କ କୌଣସି ସଂପୃକ୍ତି ନଥିବାରୁ ତାଙ୍କ ନାଁକୁ ବାଦ ଦିଆଯାଇଛି । ହେଲେ ଏ ସମ୍ପର୍କରେ ଗୁଗୁଲ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
Comments are closed.