Latest Odisha News

BREAKING NEWS

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୪.୧୩ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କରୋନାକୁ ହ୍ରାସ କରିବା ଲାଗି ଅନେକ ଦେଶରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଜି ଦେଶରେ ଏହାର ଦ୍ବିତୀୟ ଡୋଜ୍‌ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଏହା ସତ୍ତ୍ବେ ନୂତନ ମାମଲା ମଧ୍ୟ ଲଗାତାର୍‌ ବଢିବାରେ ଲାଗିଛି। ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୪ ଲକ୍ଷ ୧୩ ହଜାର ୬୯୪ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଯାହା ପରେ ମୋଟ ମାମଲା ୧୦ କୋଟି ୮୭ ଲକ୍ଷ ୦୨ ହଜାର ୭୧୪ କୁ ବୃଦ୍ଧି ପାଇଛି। ଏଥି ସହିତ, କରୋନାରୁ ୨୩ ଲକ୍ଷ ୯୨ ହଜାର ୨୯୩ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ, କରୋନା ଯୋଗୁଁ ୧୨ ହଜାର ୦୩୬ ଲୋକଙ୍କର ମୃତ୍ୟୁ ହୋଇଛି।

ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ କରୋନା ସଂକ୍ରମିତ ଲୋକଙ୍କଠାରୁ ୮ କୋଟି ୦୮ ଲକ୍ଷ ୬୨ ହଜାର ୫୦୧ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ, ସକ୍ରିୟ ମାମଲା ସଂଖ୍ୟା ହେଉଛି ୨ କୋଟି ୫୪ ଲକ୍ଷ ୪୭ ହଜାର ୯୨୦।

Comments are closed.