Latest Odisha News

BREAKING NEWS

ଆସ୍କା: ପରକୀୟା ପ୍ରୀତି ଲାଗି ବ୍ୟାଙ୍କ କ୍ୟାସିୟରଙ୍କୁ ହତ୍ୟା ଅଭିଯୋଗ

ଆସ୍କା : ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ଆନ୍ଧ୍ର ବ୍ୟାଙ୍କର ମୁଣ୍ଡମରାଇ ଶାଖାର ଜଣେ କ୍ୟାସିୟରଙ୍କୁ ମଙ୍ଗଳବାର ଦିନ କେହି ଦୁବୃର୍ତ୍ତ ପିଟିପିଟି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।

ମୃତକଙ୍କ ନାମ ବିନାୟକ ବେହେରା ଏବଂ ସେ ଆନ୍ଧ୍ର ବ୍ୟାଙ୍କର ମୁଣ୍ଡମରାଇ ଶାଖାରେ କ୍ୟାସିୟର ଭାବେ କାର୍ଯ୍ୟରତ ରହିଥିଲେ ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ପ୍ରାଥମିକ ତଦନ୍ତରୁ ପରକୀୟା ପ୍ରୀତି ଜନିତ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ସନ୍ଦେହ ପ୍ରକାଶ କରୁଛି ।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଏଥିସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.