ଭୁବନେଶ୍ୱର: ସ୍ଥାନୀୟ ଇମ୍ଫା ପାର୍କରେ ୨ୟ ସନରାଇଜ ବ୍ୟାଡମିଂଟନ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଯାଇଛି । ସରୋଜ ପାତ୍ର ଓ କେଶବ ଚନ୍ଦ୍ର ପ୍ରଧାନ ଚାମ୍ପିୟନ ହୋଇଛନ୍ତି । ଫାଇନାଲରେ ସେମାନେ ଅଶୋକ ସୋନି ଓ ଗୌତମ ରାଉତ ଯୋଡିଙ୍କୁ ପରାସ୍ତ କରିଥିଲେ । ଅତିଥି ଭାବେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ ଯୋଗ ଦେଇ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।
କ୍ଲବର ସଭାପତି ଶ୍ୟାମ ସୁନ୍ଦର ମହାପାତ୍ର, ମହେଶ ଜେଠାଲିଆ, ବେଦବ୍ରତ ଦାସ, ମୋହନ ସେଠୀ ସହଯୋଗ କରିଥିଲେ ।
Comments are closed.