Latest Odisha News

BREAKING NEWS

ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ଭାରତକୁ ୨୪୯ ରନର ଅଗ୍ରଣୀ, ଅଶ୍ୱିନଙ୍କୁ ୫ ଉଇକେଟ

ଚେନ୍ନାଇ: ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ବିପକ୍ଷରେ ଭାରତ ୨୪୯ ରନର ଅଗ୍ରଣୀ ହାସଲ କରି ସୁବିଧାଜନକ ସ୍ଥିତିରେ ରହିଛି । ଭାରତର ପ୍ରଥମ ଇନିଂସ ସ୍କୋର ୩୨୯ ରନ ଜବାବରେ ଭ୍ରମଣକାରୀ ଦଳ ୧୩୪ ରନ କରି ଅଲଆଉଟ ହୋଇ ଯାଇଥିଲା । ରବିଚନ୍ଦ୍ରନ ଅଶ୍ୱିନ ୫ଟି ଏବଂ ଈଶାନ୍ତ ଶର୍ମା ଓ ଅକ୍ଷର ପଟେଲ ୨ଟି ଲେଖାଁଏ ଉଇକେଟ ଅକ୍ତିଆର କରିଛନ୍ତି ।

ଦ୍ୱିତୀୟ ଇନିଂସରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ଭାରତ ଗୋଟିଏ ଉଇକେଟ ହରାଇ ୫୪ ରନ ସଂଗ୍ରହ କରିନେଇଛି । ରୋହିତ ଶର୍ମା ୨୫ ଓ ଚେତେଶ୍ୱର ପୂଜାରା ୭ରନ କରି ଅପରାଜିତ ଅଛନ୍ତି । ଶୁଭମନ ଗିଲ ୧୪ ରନ କରି ପ୍ୟାଭିଲିୟନ ଫେରିଯାଇଛନ୍ତି ।

Leave A Reply

Your email address will not be published.