Latest Odisha News

BREAKING NEWS

ସାଙ୍ଗକୁ ଆଣିବାକୁ ଯାଇଥିବା ବେଳେ ଦୁର୍ଘଟଣା ନେଲା ଜୀବନ, ୨ ଜଣ ଆହତ

ବାଲେଶ୍ୱର: କଟକରୁ ସାଙ୍ଗ ଗାଁକୁ ଫେରୁଥିଲା । ଆଉ ଦୁଇ ଜଣ ସାଙ୍ଗ ତାକୁ ଆଣିବା ପାଇଁ ବାଇକ ଯୋଗେ ବସ ପାଖକୁ ଯାଇଥିଲେ । ଫେରିବା ବାଟରେ ଛକି ରହିଥିଲା ମୃତ୍ୟୁ । ଏକ କାର ସହ ବାଇକର ଧକ୍କା ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ପିତାକାଳିଆ ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।

ମୃତକ ହେଲେ ଅଗିରାପଦା ଗାଁରେ ରତ୍ନାକର ଦାସ । ସେ କଟକର ଏକ ହୋଟେଲରେ କାମ କରନ୍ତି । ବସରେ ଘରକୁ ଫେରୁଥିଲେ । ଦୁଇ ସାଙ୍ଗ ଅକ୍ଷୟ ଓ ରାମ ତାଙ୍କୁ ବାଇକ ଯୋଗେ ସୋର ବସଷ୍ଟାଣ୍ଟରୁ ନେଇ ଆସିବା ବେଳେ ପିତାକାଳିଆ ନିକଟରେ ଏକ କାର ସହ ଧକ୍କା ହୋଇଥିଲା । ଅକ୍ଷୟ ଓ ରାମ ଦୁର୍ଘଟଣାରେ ଗୁରୁତର ଅଛନ୍ତି ।

Leave A Reply

Your email address will not be published.