Latest Odisha News

BREAKING NEWS

ସୋନପୁର: ନିଆଁରେ ପୋଡି ଯୁବକ ଜୀବନ୍ତ ଦଗ୍ଧ

ସୋନପୁର : ସୋନପୁର ଜିଲ୍ଲା ବିରମହାରାଜପୁର ପୋଲିସ ଅନ୍ତର୍ଗତ ଘିଚପାଲ୍ଲୀ ଗ୍ରାମର ଏକ ଘରେ ନିଆଁ ଲାଗିବାରୁ ଜଣେ ଯୁବକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି ।

ମୃତକଙ୍କ ଯୁବକଙ୍କ ନାମ ରଞ୍ଜନ ବିଭୋର (୩୮) ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଯୁବକ ଜଣଙ୍କ ନିଜ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କୌଣସି କାରଣବଶତଃ ଘରେ ନିଆଁ ଲାଗିଯାଇଥିଲା । ପରବର୍ତ୍ତୀ ସମୟରେ ନିଆଁ ଘର ସାରା ବ୍ୟାପିଯିବା ଫଳରେ ଉକ୍ତ ଯୁବକ ଜଣଙ୍କ ନିଆଁରେ ପୋଡି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ଅନ୍ୟପକ୍ଷରେ ଖବର ପାଇ ପୋଲିସ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ତେବେ ପୋଲିସ ସମ୍ପୃକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ନିଆଁ ଲାଗିବା କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.