ଭୁବନେଶ୍ୱର: ଅବସରପ୍ରାପ୍ତ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କ ପରଲୋକ ଘଟିଛି । ଆଜି ତାଙ୍କ ଭୁବନେଶ୍ୱରସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ଶେଷ ଦର୍ଶନ ପାଇଁ ତାଙ୍କୁ କଟକ ଚାନ୍ଦିନୀଚୌକ ସ୍ଥିତ ବାସଭବନରେ ରଖାଯାଇଛି । ସେଠାରେ ସମସ୍ତେ ଶେଷ ଦର୍ଶନ କରୁଛନ୍ତି ।
ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର ହେଉଛନ୍ତି ପ୍ରଥମ ଓଡିଆ ଯେ ଭାରତୀୟ ସେନାରେ ମେଜର ଜେନେରାଲ ପଦବୀ ପାଇଥିଲେ। ଏପରିକି ସେ ଟ୍ୟାଙ୍କ ମ୍ୟାନ ନାଁରେ ମଧ୍ୟ ବେଶ୍ ପରିଚିତ ।
ସେ ଦେଶର ପ୍ରମୁଖ ଚାରିଟି ଯୁଦ୍ଧରେ ଭାଗ ନେଇଥିଲେ । ୧୯୬୧ରେ ଗୋଆ ମୁକ୍ତି, ୧୯୬୨ରେ ଭାରତ-ଚୀନ ଯୁଦ୍ଧ ଓ ୧୯୬୫ ଓ ୧୯୭୧ରେ ଭାରତ ପାକିସ୍ତାନ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ ମେଜର ଜେନେରାଲ ମହାପାତ୍ର ।
କଟକରେ ଜନ୍ମିତ ମେଜର ଜେନେରାଲ ମହାପାତ୍ର ପୂର୍ବତନ ଚିଫ୍ ଜଷ୍ଟିସ ହରିହର ମହାପାତ୍ରଙ୍କ ପୁଅ । ସେ ପିଲାଟି ବେଳରୁ ସୁଭାଷ ବୋଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେନାରେ ଯୋଗ ଦେଇଥିଲେ ।
Comments are closed.