Latest Odisha News

BREAKING NEWS

ମହାକାଶକୁ ସାଟେଲାଇଟରେ ପଠାଯିବ ଶ୍ରୀମଦ ଭଗବଦ ଗୀତା, ମୋଦିଙ୍କ ଫଟୋ

ନୂଆଦିଲ୍ଲୀ: ଏଥର ମହାକାଶକୁ ଉପଗ୍ରହ ମାଧ୍ୟମରେ ପଠାଯିବ ଶ୍ରୀମଦ ଭଗବଦ ଗୀତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ । ଫେବୃୟାରୀ ୨୮ରେ ସତୀଶ ଧାୱନ ସାଟେଲାଇଟରେ ପିଏସଏଲଭି-୫୧ ରକେଟରେ ଏହା ପଠାଯିବ । ଏହା ବ୍ୟତୀତ ୧୦୦୦ ବିଦେଶୀ ଲୋକଙ୍କ ସହ ୨୫୦୦୦ ଲୋକଙ୍କ ନାମ ମଧ୍ୟ ଏଥିରେ ରହିବ । ଏହି ମହାକାଶ କାର୍ଯ୍ୟକ୍ରମକୁ ସ୍ପେଶ କିଡଜି ଇଣ୍ଡିଆ ଦ୍ୱାରା ଆୟୋଜନ କରାଯାଉଛି ।

ଏଥିନେଇ ସମସ୍ତେ ବେଶ୍ ଉତ୍ସାହିତ ଅଛନ୍ତି ବୋଲି କିଡଜି ଇଣ୍ଡିଆର ସଂସ୍ଥାପକ ତଥା ସିଇଓ ଡ.ଶ୍ରୀମାଥେ କହିଛନ୍ତି । ଇସ୍ରୋ ମଧ୍ୟ ଏଥିନେଇ ସମସ୍ତ ପ୍ରକାର ସହଯୋଗ କରୁଛି । ଇସ୍ରୋର ଚେୟାରପର୍ସନ କେ.ଶିଭନ ଓ ସାଇଂଟିଫିକ୍ ସେକ୍ରେଟାରୀ ଆର.ଉମେଶସ୍ୱରନଙ୍କ ନାମ ମଧ୍ୟ ଏଥିରେ ରହିବ ।

Leave A Reply

Your email address will not be published.