ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ଆସନ୍ତା ୨୧ ତାରିଖରେ ବସିବ । ଏହି ବୈଠକରେ ସମସ୍ତ ରାଜ୍ୟର ସଭାପତି, ରାଜ୍ୟ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ସମେତ ରାଜ୍ୟରେ ଥିବା ସଂଗଠନର ମୁଖ୍ୟ ଉପସ୍ଥିତ ଥିଲେ । ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ୍ ହେବେ । ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମତି ଶାହଙ୍କ ସହ ଅନ୍ୟ ନେତା ଏବଂ ସଂସଦୀୟ ବୋର୍ଡର ସଦସ୍ୟ ସାମିଲ୍ ହେବେ । ବୈଠକରେ ସବୁ ରାଜ୍ୟର ସଂଗଠନ ସ୍ଥିତି ନେଇ ଆଲଚନା ହେବ ।
ଏହା ପୂର୍ବରୁ ଫେବ୍ରୁଆରୀ ୨୦ରେ ବିଜେପି ସଂଗଠନ ମନ୍ତ୍ରୀଙ୍କ ବୈଠକ ବସିବ । ଆଉ ଏହି ବୈଠକର ଗୋଟିଏ ଦିନ ପୂର୍ବରୁ ବିଜେପିର ସମସ୍ତ କୋଷାଧ୍ୟକ୍ଷଙ୍କ ବୈଠକ ବସିବ । ବିଜେପି ରାଷ୍ଟ୍ରୀୟ ମହାସଚିବ ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ନେଇ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଫେବ୍ରୁଆରୀ ୨୧ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ବୈଠକ ଚାଲିବ । ବୈଠକରେ ଅଧ୍ୟକ୍ଷତା କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
ଜେପି ନଡ୍ଡା ବିଜେପି ଅଧ୍ୟକ୍ଷ ହେବା ପରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଗଠନ କରାଯାଇନାହିଁ । ତେଣୁ, ବସିବାକୁ ଥିବା ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ କାର୍ଯ୍ୟକାରିଣୀ ସମ୍ପ୍ରସାରଣ ହେବା ନେଇ ଚର୍ଚ୍ଚା କରାଯାଉଛି । ଯେତେବେଳେ କି ଦଳର ନିୟମାନୁସାରେ ପ୍ରତି ୩ ମାସରେ ଏଭଳି ବୈଠକ ବସିବା କଥା । କିନ୍ତୁ, ୨୦୧୮ ସେପ୍ଟେମ୍ବରରୁ ବିଜେପିର ରାଷ୍ଟ୍ରୀୟ ପରିଷଦ ଏବଂ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ବସିନାହିଁ ।
Comments are closed.