ଭୁବନେଶ୍ୱର : ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଓଡିଶା ଗସ୍ତରେ ଆସୁଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଏହି ଗସ୍ତକ୍ରମରେ ରାହୁଲ ଗାନ୍ଧୀ ସକାଳ ପ୍ରାୟ ୧୦ଟା ୩୦ମି.ରେ ଏକ ଦୈନିକ ସମ୍ବାଦ ପତ୍ରର ଶତବାର୍ଷିକି ଉତ୍ସବରେ ଯୋଗଦେବା ସହ ‘ଦ ଓଡିଶା ଡାଇଲଗ’ ଶୀର୍ଷକରେ ଭାଗ ନେବେ । ପରେ ସେ ଦ୍ୱିପହର ୧ଟା ୩୦ମି.ରେ ତମାଣ୍ଡୋ ମିନି ଷ୍ଟାଡ଼ିୟମରେ ‘ପରିବର୍ତ୍ତନ ସଂକଳ୍ପ ସମାବେଶ’ରେ ଯୋଗଦେବେ ।
ଏଆଇସିସି ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ବୁଧବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସ ଅଧ୍ୟକ୍ଷ ପ୍ରତି ମାସରେ ଓଡ଼ିଶା ଗସ୍ତରେ ଆସିବେ। ସେ ଆହୁରି ମଧ୍ୟ କହିଛନ୍ତି ରାହୁଲ ସାଧାରଣ ସଭାରେ ଉଦବୋଧନ ଦେଇ ଉଭୟ ଶାସକ ଦଳ ବିଜେଡି ଓ ବିଜେପି ବିରୋଧରେ ବିଭିନ୍ନ ପ୍ରସଙ୍ଗ ଉଠାଇବେ ।
ସେ ଆହୁରି ମଧ୍ୟ କହିଛନ୍ତି ଓଡିଶା ସହ ଗାନ୍ଧୀ ପରିବାରର ଏକ ନିବିଡ ସମ୍ପର୍କ ରହିଛି । ଏଥିସହିତ ରାଜ୍ୟର ଗରିବ ତଥା ଆଦିବାସୀଙ୍କ ପାଇଁ ତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ।
Comments are closed.