Latest Odisha News

BREAKING NEWS

ରାହୁଲଙ୍କ ମହାନତା, ହାତ ଧରି ତଳୁ ଉଠାଇଲେ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ

ଭୁବନେଶ୍ୱର : ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିନିକିଆ ଓଡିଶା ଗସ୍ତରେ ଆସି ପହଞ୍ଚିଥିବା ବେଳେ ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟ ଅଚାନକ ତଳେ ପଡିଯିବାରୁ ରାହୁଲ ତାଙ୍କୁ ହାତଧରି ତଳୁ ଉଠାଇବା ସହ ନିଜର ମହାନତାର ପରିଚୟ ଦେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ରାହୁଲ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ଗଣମାଧ୍ୟମ ସହ ଆଲୋଚନା କରୁଥିବା ବେଳେ ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟ ଅସାବଧାନ ବଶତଃ ତଳେ ପଡିଯିବାରୁ ରାହୁଲ ନିଜେ ଦୌଡି ଆସି ତାଙ୍କ ହାତ ଧରି ତଳୁ ଉଠାଇଥିଲେ ।

ଏହି ଘଟଣାକୁ ନେଇ ଏକ ଭିଡିଓ ଭାଇରାଲ ହେବା ପରେ ସମସ୍ତେ ରାହୁଲଙ୍କ ମହାନତାକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.