Latest Odisha News

BREAKING NEWS

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପାଇବେ ‘ଭାରତ ରତ୍ନ’

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରାଯିବା ଲାଗି ଶୁକ୍ରବାର ଦିନ ଘୋଷଣା ହୋଇଛି ।


ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସମ୍ମାନଜନକ ଭାରତ ରତ୍ନ ପୁରସ୍କାର ଦିଆଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହିତ ଟ୍ୱିଟ୍ଟ୍ ମାଧ୍ୟମରେ ତାଙ୍କର ଦେଶଲାଗି ଉତ୍ସର୍ଗୀକୃତ ସେବା ମନୋଭାବ ଲାଗି ଉଚ୍ଚ ପ୍ରଶଂସା କରିଛନ୍ତି ।

ଏହାବ୍ୟତୀତ, ଆସାମ ରାଜ୍ୟର ପ୍ରସିଦ୍ଧ ସଂଗୀତ ବିଶାରଦ ଭୂପେନ ହଜାରିକାଙ୍କୁ ଏବଂ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ମଧ୍ୟ ମରୋଣତ୍ତର ଭାବେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି । ଚଳିତ ବର୍ଷ ଏହି ୩ ଜଣଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ଏକ ବିଜ୍ଞପ୍ତିରେ ପ୍ରକାଶ ହୋଇଛି ।

Leave A Reply

Your email address will not be published.