Latest Odisha News

BREAKING NEWS

ପଦ୍ମଶ୍ରୀ ସମ୍ମାନକୁ ପ୍ରତ୍ୟାଖ୍ୟାନ କଲେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ପଦ୍ମଶ୍ରୀ ସମ୍ମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏକ ପ୍ରେସ ବିବୃତିରେ ଶନିବାର ଦିନ ଲେଖିକା ଗୀତା ମେହେଟ୍ଟା ଏହି ସମ୍ମାନ ଗ୍ରହଣ କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି ।

ଶ୍ରୀମତୀ ମେହେଟ୍ଟା ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ଯେ, ଆଗକୁ ସାଧାରଣ ନିର୍ବାଚନ ରହିଛି, ଏହି ପୁରସ୍କାର ଘୋଷଣା ଜନସାଧାରଣଙ୍କ ମଧ୍ୟରେ ଏକ ଭୂଲ୍ ବାର୍ତ୍ତା ପ୍ରସାରିତ ହେବାର ସମ୍ଭାବନା ରହିଛି । ଏହି ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବା ଦ୍ୱାରା ଏହା ଉଭୟ ସରକାର ତଥା ମୋ ଲାଗି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥାଆନ୍ତା ବୋଲି ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ତାଙ୍କର ପ୍ରତିକ୍ରିୟା ମାଧ୍ୟମରେ ଜଣାଇଛନ୍ତି ।

ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କୁ ସାହିତ୍ୟ ଓ ଶିକ୍ଷା ଲାଗି ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବାକୁ ଶୁକ୍ରବାର ଦିନ ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ।

କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଏହି ପୁରସ୍କାର ବିଦେଶୀ ଭାବେ ଅଭିହିତ କରି ଏହି ପୁରସ୍କାର ଘୋଷଣା କରିଥିଲେ, ମାତ୍ର ସେ ଜଣେ ଭାରତୀୟ ନାଗରିକ ତଥା ତାଙ୍କର ଭାରତୀୟ ପାସପୋର୍ଟ ମଧ୍ୟ ରହିଛି ।

Leave A Reply

Your email address will not be published.