Latest Odisha News

ଲମତାପୁଟରୁ ପୁଣି ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ; ମାଫିଆ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟରୁ ପୁଣି ଜବତ ହେଲା ବିପୁଳ ପରିମାଣରେ ଗଞ୍ଜେଇ । ଏହାସହ ଏକ ଗଞ୍ଜେଇ ବୋଝେଇ ପିକଅପ ଭ୍ୟାନ ଓ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ ପୋଲିସ କାବୁ କରିଥିବା ସୂଚନା ।

ସୂଚନାନୁସାରେ, କୋରାପୁଟ ଜିଲ୍ଲା ମାଛକୁଣ୍ଡରୁ ଜୟପୁର ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା ପଡିଛି ବିପୁଳ ପରିମାଣରେ ଗଞ୍ଜେଇ । ଲମତାପୁଟ ପୋଲିସ ନାକାବନ୍ଦୀ କରି ଗାଡି ଯାଞ୍ଚ କରୁଥିବା ସମୟରେ ମାଛକୁଣ୍ଡ ପଟରୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ଅଟକାଇଥିଲା।

ଗାଡି ଯାଞ୍ଚ ସମୟରେ ଉକ୍ତ ପିକଅପ ଭ୍ୟାନ ଡାଲାରୁ ୧୯ ଟି ବସ୍ତା ଭର୍ତ୍ତି ଗଞ୍ଜେଇ ଜବତ ହୋଇଥିଲା । ଏହି ଗଞ୍ଜେଇର ପରିମାଣ ପ୍ରାୟ ୫ କୁଇଣ୍ଟାଲ ୫୦ ହେବ ଯାହାର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦେଇଛି ।

ଅନ୍ୟପଟେ ଗାଡି ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଗଞ୍ଜେଇ ମାଫିଆକୁ ଧରି ନେଇଛି ପୋଲିସ । ଗିରଫ ଗଞ୍ଜେଇ ମାଫିଆ ବିଶାଖାପାଟଣାର କ୍ରୀସାନି ତ୍ରିନାଥକୁ ବୋଲି ଜଣାପଡିଛି।

Leave A Reply

Your email address will not be published.