Latest Odisha News

BREAKING NEWS

ମଧ୍ୟପ୍ରଦେଶ ବାଲାଘାଟ ଜିଲ୍ଲାରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ଭୋପାଳ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶରେ ପୁଣି ଥରେ ଫେରିଲା ନାଇଟ୍ କର୍ଫ୍ୟୁ । ରାଜ୍ୟର ବାଲାଘାଟ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ ଏଠାରେ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି । ବାଲାଘାଟ ଜିଲ୍ଲା ମହାରାଷ୍ଟ୍ର ସୀମାକୁ ଲାଗିଛି । ସେହିପରି ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୫ ହଜାର ଅତିକ୍ରମ କରୁଥିବାରୁ ବାଲାଘାଟରେ କଟକଣା ଲାଗୁ କରାଯାଇଛି ।

ପ୍ରଶାସନ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଏଣିକି ଗୋଟିଏ ସ୍ଥାନରେ ୪ରୁ ୫ ଜଣ ଲୋକ ଏକାଠି ଭିଡ଼ ଜମାଇ ପାରିବେ ନାହିଁ । ଜରୁରୀ କାମକୁ ଛାଡ଼ି ଦେଲେ, ରାତି ୧୦ରୁ ସକାଳ ୬ଟା ଯାଏ ବାହାରେ କେହି ବି ବୁଲି ପାରିବେ ନାହିଁ । ଏହି ସମୟରେ ସମସ୍ତ ଦୋକାନ ବଜାର ଓ ଯାତାୟାତ ବନ୍ଦ ରହିବ । ଏହି ସମୟରେ ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.