Latest Odisha News

ଗଞ୍ଜେଇ ମାଫିଆଙ୍କ ଚାଲ୍ ମାନିବାକୁ ପଡ଼ିବ, ବାଲି ବୋଝେଇ ଟିପରରୁ ବସ୍ତା ବସ୍ତା ଗଞ୍ଜେଇ ଜବତ

କୋରାପୁଟ: ଉପରେ ବାଲି, ଭିତରେ ଗଞ୍ଜେଇ । ବାଲି ବୋଝେଇ ଟିପରରୁ ଜବତ ହେଲା ବସ୍ତା ବସ୍ତା ଗଞ୍ଜେଇ । ମାତିଛନ୍ତି ମାଫିଆ । ଗଞ୍ଜେଇ ଚୋରା ଚାଲାଣ ପାଇଁ ଏଭଳି ଫନ୍ଦି ଫିକର କରୁଛନ୍ତି । କୋରାପୁଟ ଜିଲ୍ଲା ଚାଟୁଆ ଅଞ୍ଚଳରୁ ବାଲି ବୋଝେଇ ଟିପରରୁ ଗଞ୍ଜେଇ ଜବତ କରିଛି ପାଡୁଆ ଥାନା ପୋଲିସ । ୪୩୨କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷରୁ ଅଧିକ ଟଙ୍କା ହେବ ।

ଆନ୍ଧ୍ର ସୀମାନ୍ତ ପୂଜାରିପୁଟ ବାଲିଘାଟ ନିକଟରେ ଏକ ଟିପର ବାଲି ସହ ଗଞ୍ଜେଇ ଭର୍ତ୍ତି କରି ସେମିଳିଗୁଡା ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ନେଇ ପାଡୁଆ ପୋଲିସକୁ ଖବର ମିଳିଥିଲା ।

କୋରାପୁଟ ଏସପିଙ୍କ ନିର୍ଦ୍ଦେଶ ଅନୁସାରେ ପାଡୁଆ ଥାନା ଅଧିକାରୀ ଡାକ ବଙ୍ଗଳା ନିକଟରେ ନାକାବନ୍ଦୀ କରିଥିଲେ । ଦ୍ରୁତଗତିରେ ଆସୁଥିବା ଟିପରକୁ ଅଟରାଇ ଯାଞ୍ଚ ବେଳେ ସତ ସାମନାକୁ ଆସିଥିଲା ।

ଗାଡ଼ି ଡ୍ରାଇଭରକୁ କାବୁ କରିଛି ପୋଲିସ । ଘଟଣାସ୍ଥଳରୁ ଦୁଇ ଜଣ ଚମ୍ପଟ ମାରିଥିବା ସୂଚନା ମିଳିଛି । ଫେରାର ଅଭିଯୁକ୍ତଙ୍କ ବାବଦରେ ପୋଲିସ ଟିପର ଡ୍ରାଇଭରଠାରୁ ତଥ୍ୟ ସଂଗ୍ରହ କରୁଛି । ଅଧିକ ଖୋଳତାଡ କରୁଛି ପାଡୁଆ ଥାନା ପୋଲିସ ।

Leave A Reply

Your email address will not be published.