ଭୁବନେଶ୍ୱର: ରାଜ୍ୟରେ ଉପରମୁଁହା ପାରଦ। ଧୀରେ ଧୀରେ ବଢ଼ିବାରେ ଲାଗିଛି ତାପମାତ୍ରା। ପାଣିପାଗ ବିଭାଗର ସୂଚନାନୁସାରେ ରାଜଧାନୀ ଭୁବନେଶ୍ବରରେ ଦିନତମାମ ଟାଣ ଖରା ଅନୁଭୂତ ହେଉଥିବା ବେଳେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି ।
ଅନ୍ୟପଟେ ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ ୩୫ଡିଗ୍ରୀ ଡେଇଁଛି ପାରଦ ।ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନାନୁସାରେ, କଟକରେ ତାପମାତ୍ରା ୩୬.୬ଡିଗ୍ରୀ ଥିବାବେଳେ ଅନୁଗୁଳରେ ୩୫.୭, ବାରିପଦାରେ ୩୬.୮, ଝାରସୁଗୁଡ଼ାରେ ୩୫, ସମ୍ବଲପୁରରେ ୩୫.୩, ତାଳଚେରରେ ୩୫.୫, ଭବାନୀପାଟଣାରେ ୩୫.୫, ବଲାଙ୍ଗୀରରେ ୩୬.୪, ଟିଟିଲାଗଡ଼ରେ ୩୬, ନୟାଗଡ଼ରେ ୩୬.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି ।
ସେପଟେ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି) ଗାଇଡଲାଇନ୍ ଜାରି କରିଛନ୍ତି । ସମସ୍ତ ଜିଲ୍ଲାପାଳ ଓ ପୌର କର୍ତ୍ତୃପକ୍ଷଙ୍କୁ ଏ ନେଇ ଚିଠି ଲେଖାଯାଇଛି । ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ପାଇଁ ଓସଡ୍ମା ପକ୍ଷରୁ ଏସ୍ଓପି ପ୍ରସ୍ତୁତ ହୋଇଛି । ଏହି ଏସଓପି ମୁତାବକ ତତ୍କାଳ ପଦକ୍ଷେପ ନେବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.