Latest Odisha News

BREAKING NEWS

ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳିବେ ପିଏମ୍ ମୋଦୀ; ନକ୍ସଲ ମୁକ୍ତ ବସ୍ତରରେ ଉତ୍ସବର ମାହୋଲ

ଏଥର ଦୀପାବଳି ଛତିଶଗଡ଼ର ବସ୍ତର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହିତ ପାଳନ କରିବେ ପ୍ରଧାନମନ୍ତ୍ରୀ । ଏକବର୍ଷ ପୂର୍ବେ ଯେଉଁ ଅଞ୍ଚଳ ମାଓବାଦୀଙ୍କ ଦ୍ୱରା ପ୍ରଭାବିତ ଥିଲା, ଆଜି ସେଠାରେ ବିକାଶର ବାତାବରଣ ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ, ସେ ଦେଶର ସୁରକ୍ଷା ପାଇଁ ନିଜର ଜୀବନ ଉତ୍ସର୍ଗ କରିଥିବା ଏବଂ କଠିନ ପରିଶ୍ରମ କରିଥିବା ବୀର ଯବାନମାନଙ୍କୁ ସମ୍ମାନ ଜଣାଇବାକୁ ବସ୍ତର ଯାଉଛନ୍ତି। ସେ କହିଛନ୍ତି ଯେ କାଲିଯାଏଁ ଯେଉଁଠାରେ ନକ୍ସଲବାଦର ପ୍ରଭାବ ଥିଲା, ବର୍ତ୍ତମାନ ସେଠାରେ ଶାନ୍ତି ଏବଂ ବିକାଶର ବାତାବରଣ ଖେଳିଯାଇଛି।

ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖରେ କେନ୍ଦ୍ର ସରକାର ଦେଶକୁ ନକ୍ସଲବାଦ ମୁକ୍ତ ବୋଲି ଘୋଷଣା କରିଥିଲେ। ବହୁ ସଂଖ୍ୟାରେ ମାଓବାଦୀ ଆତ୍ମସମର୍ପଣ କରିବା ଏବଂ ଅପରେସନଗୁଡ଼ିକ ସଫଳ ହେବା ପରେ ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ସୈନିକମାନଙ୍କ ସହିତ ଦୀପାବଳି ପାଳନ କରିବାର ପରମ୍ପରାକୁ ଏଥର ମଧ୍ୟ ଜାରି ରଖିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କ ଜୀବନରେ ଶାନ୍ତି, ସମୃଦ୍ଧି ଏବଂ ଖୁସି ଆସୁ ବୋଲି କାମନା କରିଛନ୍ତି। ବସ୍ତରର ଏହି ଐତିହାସିକ ପରିବର୍ତ୍ତନ ଏବଂ ଯବାନମାନଙ୍କର ବଳିଦାନକୁ ଦେଶ ସର୍ବଦା ମନେ ରଖିବ ବୋଲି ସେ ମତପ୍ରକାଶ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମ ସେନା ଓ ସୁରକ୍ଷାକର୍ମୀଙ୍କ ଅଦମ୍ୟ ସାହସ ଯୋଗୁଁ ଆଜି ଦେଶ ସୁରକ୍ଷିତ ଅଛି। ମାଓବାଦୀଙ୍କ ଦ୍ୱରା ପ୍ରଭାବିତ ରହିଥିବା ଏହି ଅଞ୍ଚଳରେ ବର୍ତ୍ତମାନ ବିଦ୍ୟାଳୟ, ଡାକ୍ତରଖାନା ଏବଂ ସଡ଼କ ଭଳି ମୌଳିକ ସୁବିଧା ପହଞ୍ଚିପାରିଛି, ଯାହା ସ୍ଥାନୀୟ ଜନସାଧାରଣଙ୍କ ଜୀବନଧାରାରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଏହି ସଫଳତା ଦେଶର ଗର୍ବ ବଢ଼ାଇଛି।

Leave A Reply

Your email address will not be published.