Latest Odisha News

ଭୂମିକମ୍ପରେ ଥରିଲା ଜମ୍ମୁ କାଶ୍ମୀର

ଶ୍ରୀନଗର: ଆଜି ସକାଳେ ଜମ୍ମୁ ଓ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଏକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ମପାଯାଇଛି।

ଆଜି ସକାଳ ୫:୨୩:୧୯ରେ ଭୂମିକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ବାରାମୁଲ୍ଲାରେ ୩୪.୨୬୧ ଉତ୍ତର ଅକ୍ଷାଂଶ ଏବଂ ୭୪.୧୫୫ ପୂର୍ବ ଦ୍ରାଘିମାରେ ଥିଲା। ଭୂମିକମ୍ପର ଗଭୀରତା ୨୦: କିଲୋମିଟର ରେକର୍ଡ କରାଯାଇଛି।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହାର ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହା ସ୍ପଷ୍ଟ କରିଛି। ଯଦିଓ ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ସମ୍ପତ୍ତିର କ୍ଷୟକ୍ଷତି ରିପୋର୍ଟ ହୋଇନାହିଁ।

କାଶ୍ମୀର ଉପତ୍ୟକା ଏକ ଭୂମିକମ୍ପ ଦୃଷ୍ଟିରୁ ସକ୍ରିୟ ଅଞ୍ଚଳରେ ପଡ଼ିଥାଏ, ଯେଉଁଠାରେ ସମୟ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୁଏ। ଏପଟେ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରାଯାଇଛି।

Leave A Reply

Your email address will not be published.