Latest Odisha News

BREAKING NEWS

ସୁନ୍ଦରଗଡ: ଗୋଟିଏ ପରିବାରର ୫ଜଣଙ୍କ ହତ୍ୟା ଘଟଣାରେ ୬ ଅଟକ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମରେ ଗୋଟିଏ ପରିବାର ୫ଜଣଙ୍କ ହତ୍ୟା ଘଟଣାରେ ପୋଲିସ ୬ ଜଣଙ୍କୁ ଅଟକ ରଖିଛି ।

ଗଣମାଧ୍ୟମକୁ ସୂଚନା ଦେଇ ବଣାଇ ଏସଡିପିଓ ଅବକାଶ ରାଉତରାୟ କହିଛନ୍ତି, ଅଟକ ରହିଥିବା ଅଭିଯୁକ୍ତ ମାନେ ମୃତକଙ୍କ ପଡୋଶୀ ଏବଂ ସେମାନଙ୍କ ଠାରୁ ପୋଲିସ କୋଦାଳ ଓ ଶାବଳ ଜବତ କରିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୁଣିଗାରେଡି ସନ୍ଦେହରେ ପରିବାରର ୫ଜଣଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ସୂଚନାଯୋଗ୍ୟ ମହିଳାଙ୍କ ସ୍ୱାମୀ ଶନିବାର ସକାଳେ ଘରେ ପହଞ୍ଚି ଘର ଭିତରେ ରକ୍ତ ଛିଟା ସହିତ ମୃତଦେହ କୁଅରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ପରବର୍ତ୍ତୀ ସମୟରେ ସେ ଏନେଇ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ଏବଂ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

 

Leave A Reply

Your email address will not be published.