Latest Odisha News

ସୋନୁଙ୍କ ମହାନତା; ଏହି ଗାଁର ଜଳ ସଙ୍କଟ ଦୂର କରିବା ପାଇଁ ସହାୟତାର ହାତ ବଢାଇଲେ ସୋନୁ

ନୂଆଦିଲ୍ଲୀ: ନିଜର ମହାନତା ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ପୁଣି ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି। ସୋନୁ ସୁଦ ନିକଟରେ ଝାନସିର ଏକ ଗାଁକୁ ସହାୟତା ଯୋଗାଇ ଦେଇ ଗାଁର ସଙ୍କଟ ଦୂର କରିଛନ୍ତି। ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ତାଙ୍କ ଗାଁରେ ଜଳ ନ ଥିବାରୁ ଅଭିନେତାଙ୍କୁ ଜଣାଇବା ପରେ ଗ୍ରାମବାସୀ କେତେ ପରିମାଣର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ମଧ୍ୟ ଜଣାଇଥିଲେ।

ଗ୍ରାମବାସୀଙ୍କୁ ସାହାଯ୍ୟ କରିବା ପାଇଁ ୪୭ ବର୍ଷୀୟ ଅଭିନେତା ସେଠାରେ ହ୍ୟାଣ୍ଡ ପମ୍ପ ଲଗାଇବା କାମ ଆରମ୍ଭ କରିଥିଲେ। ଏହା ବିଷୟରେ ସୁଦ୍‌ କହିଛନ୍ତି ଯେ ” ପାଣି ନ ଥିବାରୁ ପରିବାରର ପିଲାମାନେ ପ୍ରକୃତରେ ଯନ୍ତ୍ରଣା ଭୋଗୁଥିଲେ। ପାଣି ପାଇବା ପାଇଁ ସେମାନଙ୍କୁ ଅନତି ଦୂର ଚାଲିବାକୁ ପଡୁଥିଲା, ସେଥିପାଇଁ ଆମେ ସେଠାରେ ହ୍ୟାଣ୍ଡପମ୍ପ ଲଗାଉଛୁ, ଯାହାଦ୍ବାରା ଜଳ ଅଭାବ ଦୁର ହେବ ବୋଲି ଆଶା କରୁଛି।

Leave A Reply

Your email address will not be published.