Latest Odisha News

BREAKING NEWS

ରବୀନା ଟଣ୍ଡନଙ୍କ ଝିଅ ରାଶାଙ୍କୁ ଟାଏକୋଣ୍ଡୋରେ ବ୍ଲାକ ବେଲ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଝିଅ ରାଶା ଟାଏକୋଣ୍ଡୋରେ ବ୍ଲାକ ବେଲ୍ଟ ହାସଲ କରିଛନ୍ତି । ଝିଅ ସହ ଫଟୋ ଶେୟାର କରି ସୋସିଆଲ ମିଡିଆରେ ରବୀନା ଲେଖିଛନ୍ତି ରାଶା ମୁଁ ତୁମ ପାଇଁ ଗର୍ବିତ । ବିଭିନ୍ନ ମହଲରୁ ଉଭୟ ମାଆ ଏବଂ ଝିଅଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।

୨୦୦୪ରେ ରବୀନା ଫିଲ୍ମ ଡିଷ୍ଟ୍ରିବ୍ୟୁଟର ଅନୀଲ ଥଡାନୀଙ୍କୁ ବିବାହ କରିଥିଲେ । ୨୦୦୫ରେ ରାଶାର ଜନ୍ମ ହୋଇଥିଲା । ତାଙ୍କର ୧୩ ବର୍ଷର ରଣବୀରବର୍ଦ୍ଧନ ନାମକ ପୁଅ ମଧ୍ୟ ଅଛି । ରାଶା ଏବେ ବକ୍ସିଂ ଅଭ୍ୟାସ କରୁଛନ୍ତି । ଏହି ଦୁଇ ଜଣଙ୍କ ବ୍ୟତୀତ ରବୀନା ୧୯୯୫ରେ ପୂଜା ଏବଂ ଛାୟା ନାମକ ୨ଜଣ ଝିଅଙ୍କୁ ପୋଷ୍ୟାକନ୍ୟା ଭାବେ ଗ୍ରହଣ କରିଥିଲେ ।

Leave A Reply

Your email address will not be published.