Latest Odisha News

BREAKING NEWS

ହ୍ରିତିକଙ୍କୁ ୩ଘଂଟା ୪୫ ମିନିଟ ଜେରା କଲା କ୍ରାଇମବ୍ରାଂଚ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କୁ ଆଜି ମୁମ୍ବାଇ କ୍ରାଇମବ୍ରାଂଚ କଙ୍ଗନା ରାନାୱତ ଇ-ମେଲ ଘଟଣାରେ ୩ଘଂଟା ୪୫ ମିନିଟ ଧରି ଜେରା କରିଛି । କଙ୍ଗନାଙ୍କୁ ସେ ଜାଲ ଇ-ମେଲ ପଠାଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏହି ଘଟଣାକୁ ମୁମ୍ବାଇ ପୋଲିସ ଆଇଟି ସେଲ ଯାଂଚ କରୁଥିଲା । ଏବେ କ୍ରିମିନାଲ ଇଂଟେଲିଜେନ୍ସ ୟୁନିଟ ଏହାର ତଦନ୍ତ ଭାର ଗ୍ରହଣ କରିଛି ।

ନକଲି ମେଲ ଯୋଗୁ ହ୍ରିତିକ-କଙ୍ଗନାଙ୍କ ବିବାଦ ବଢ଼ିଥିଲା । ଶେଷରେ ହ୍ରିତିକ ଏ ନେଇ ଏକ ମାମଲା ରୁଜୁ କରିଥିଲେ । ଶନିବାର ସୁଦ୍ଧା ହାଜର ହେବାକୁ ହ୍ରିିତିକଙ୍କୁ ନିର୍ଦ୍ଦେଶ ହେଇଥିଲା । ସେ ଠିକ୍ ସମୟରେ ପଂହଚି ତଦନ୍ତରେ ସହଯୋଗ କରିଛନ୍ତି ।

Leave A Reply

Your email address will not be published.