Latest Odisha News

BREAKING NEWS

ରାଜଧାନୀରେ ଜମୁଛି ଆଦିବାସୀ ମେଳାର ସମ୍ଭାର

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଇଡକଲ ପ୍ରଦର୍ଶନୀ ପଡିଆରେ ଚଳିତ ବର୍ଷ ଆଦିବାସୀ ମେଳା ଅନୁଷ୍ଠିତ ହୋଇଛି ।

ଆଦିବାସୀ ସମ୍ପ୍ରଦାୟର କଳା ସଂସ୍କୃତି ଜୀବନ ଧାରଣର ଶୈଳୀ ଚିତ୍ରକଳା ଓ ସ୍ଥାପତ୍ୟକୁ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ଓ ଆଦିବାସୀଙ୍କ ସାମଗ୍ରୀ ବିକ୍ରୀ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ।

ଚଳିତ ବର୍ଷ ଆଦିବାସୀ ମେଳାରେ ମୋଟ୍ ୧୮୦ ଟି ଷ୍ଟଲ ଲାଗିଥିବା ବେଳେ ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ମୁଢି ମାଂସ ଓ ମାଣ୍ଡିଆ ଜାଉର ମାଣ୍ଡିଆ ପିଠା ମେଳାର ମୁଖ୍ୟ ଆକର୍ଷଣ ପାଲଟିଥିବା ବେଳେ ଏହି ଷ୍ଟଲ ନିକଟରେ ଲୋକମାନଙ୍କର ଭିଡ ଜମୁଛି ।

ଆହୁରି ମଧ୍ୟ ଆଦିବାସୀ ବ୍ୟବସାୟୀ ତଥା ବିଭିନ୍ନ ଏଏସଏସଜି ଗ୍ରୁପ ମାନଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ମସଲା, ଖାଦ୍ୟ ପଦାର୍ଥ ଓ ଆଚାର ଷ୍ଟଲ ନିକଟରେ ମଧ୍ୟ ଦର୍ଶକମାନଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି ।

ଆଦିବାସୀ ଗ୍ରାମରେ ୨୧ ଟି ଆଇ.ଟି.ଡି.ଏ ଓ ତିନୋଟି ମାଇକ୍ରୋ ପ୍ରୋଜେକ୍ଟ ଦ୍ୱାରା ନିର୍ମିତ ବିଭିନ୍ନ ଜନଜାତିଙ୍କର ୨୪ ଗୋଟି ପାରମ୍ପରିକ ଗୃହ ସହିତ ଗୃହ ଉପକରଣ ଚଳଣି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଛି ।

ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଫେବୃୟାରୀ ୯ ତାରିଖ ଯାଏଁ ଚାଲିବ ।

ରାଜଧାନୀରେ ଦୀର୍ଘ ୧୪ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ରାଜ୍ୟସ୍ତରୀୟ ମେଳାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ନିରାପତ୍ତା ବ୍ୟବସ୍ଥା ବହନ କରାଯାଇଛି ।

ଏଥିସହିତ ଯାତ୍ରୀମାନଙ୍କ ସୁବିଧା ଲାଗି ପୋଲିସ କର୍ମଚାରୀମାନେ ନିୟୋଜିତ ରହିଛନ୍ତି ଏବଂ ସନ୍ଧ୍ୟା ସମୟରେ ଭିଡକୁ ଦୃଷ୍ଟିରେ ରଖି ରାମମନ୍ଦିର ଛକ ସମେତ ଅନ୍ୟ ଛକ ଗୁଡିକରେ ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଜନଜାତିର ଏହି ବାର୍ଷିକ ମେଳାକୁ ସାଧାରଣତନ୍ତ୍ର ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ ।

Leave A Reply

Your email address will not be published.