Latest Odisha News

BREAKING NEWS

ରୋହିତଙ୍କୁ କ୍ୟାରିୟରର ଶ୍ରେଷ୍ଠ ଟେଷ୍ଟ ର‌୍ୟାଙ୍କିଙ୍ଗ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା କ୍ୟାରିୟରର ଶ୍ରେଷ୍ଠ ଟେଷ୍ଟ ର‌୍ୟାଙ୍କିଙ୍ଗ ହାସଲ କରିଛନ୍ତି । ସଦ୍ୟ ପ୍ରକାଶିତ ର‌୍ୟାଙ୍କିଙ୍ଗରେ ସେ  ୮ମ ସ୍ଥାନ ହାସଲ କରିଛନ୍ତି । ବିରାଟ କୋହଲି ୫ମ ସ୍ଥାନ ବଜାୟ ରଖିଥିବା ବେଳେ ଚେତେଶ୍ୱର ପୂଜାରା ୨ଟି ସ୍ଥାନ ଖସି ୧୦ମରେ ରହିଛନ୍ତି ।  ଇଂଲଣ୍ଡ ବିପକ୍ଷରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ରୋହିତ ୬୬ ଏବଂ ଅପରାଜିତ ୨୫ ରନ କରିଥିଲେ । ରୋହିତ ୭୪୨ ପଏଣ୍ଟ ହାସଲ କରିଥିବା ବେଳେ ୨୦୧୯ ଅକ୍ଟୋବରରେ ଏହା ୭୨୨ ଥିଲା । ସେହି ସମୟରେ ସେ ଦଶମ ସ୍ଥାନରେ ଥିଲେ।

ତୃତୀୟ ମ୍ୟାଚରେ ୧୧ ଓ୍ଵିକେଟ ନେଇଥିବା ସ୍ପିନର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ଵିନ ମଧ୍ୟ ମାନ୍ୟତାରେ ଉପରକୁ ଉଠିଛନ୍ତି।  ଅକ୍ଷର ୩୮ତମ ସ୍ଥାନରେ ପହଞ୍ଚିଥିବା ବେଳେ ଅଶ୍ଵିନ ଚତୁର୍ଥରୁ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ଇଂଲଣ୍ଡର ସ୍ପିନର ଜ୍ୟାକ୍ ଲିଚ୍ ମଧ୍ୟ ଶୀର୍ଷ ୩୦ରେ ପହଞ୍ଚିଛନ୍ତି । ସେ ତିନୋଟି ସ୍ଥାନ ଉପରକୁ ଉଠି ୨୮ତମ ସ୍ଥାନରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.