ପୁରୀ: ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ପାଇଁ ପୁରୀରେ ପୁଣି ଥରେ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ । ଆଜି ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଥିବା ରାଧାବଲ୍ଲଭ ମଠର କିଛି ଅଂଶକୁ ଉଚ୍ଛେଦ କରୁଛି ପ୍ରଶାସନ । ୭୫ ମିଟର ଶ୍ରୀଜଗନ୍ନାଥ କରିଡର ଭିତରେ ଆସୁଥିବା ରାଧାବଲ୍ଲଭ ମଠରେ ଉଚ୍ଛେଦ କରାଯାଉଛି ।

ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଚାଲିଛି ଉଚ୍ଛେଦ କାର୍ଯ୍ୟ । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ରାଧାବଲ୍ଲଭ ମଠର ୮ରୁ ୯ମିଟର ଜାଗା ଅଧିଗ୍ରହଣ କରାଯାଉଛି । ଏହା ଭିତରେ ରହିଛି ୧୩ଟି ଦୋକାନ ଘର । ଦୁଇ ଦିନ ତଳେ ଶ୍ରୀମନ୍ଦିର ନିରାପତ୍ତା, ଭକ୍ତଙ୍କ ନିରାପତ୍ତା ଓ ଶ୍ରୀକ୍ଷେତ୍ରର ବିକାଶ ପାଇଁ ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ସର୍ବସମ୍ମତିରେ ଗୃହୀତ ହୋଇଥିଲା ।
BREAKING NEWS
- Budget 2026: ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍…ଓଡ଼ିଶାକୁ ଲାଭବାନ କରିବ: ଜୁଏଲ ଓରାମ
- Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
- ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
- ବଜେଟରେ ନିର୍ମଳା ସୀତାରମଣଙ୍କ ଶାଢ଼ି ସ୍ୱାଗ୍, ପ୍ରତ୍ୟେକ ଥର ଏକ ଭିନ୍ନ ଶୈଳୀ ଆସନ୍ତି ନଜର…
Comments are closed.