Latest Odisha News

BREAKING NEWS

ଇନଷ୍ଟାଗ୍ରାମରେ ପ୍ରଥମ କ୍ରିକେଟର ଭାବେ କୋହଲିଙ୍କ ହେଲେ ୧୦୦ ମିଲିୟନ ଫଲୋଅର୍ସ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ପ୍ରଥମ କ୍ରିକେଟର ଓ ଏସିଆର ପ୍ରଥମ ସେଲିବ୍ରେଟି ଭାବେ କୋହଲିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧୦୦ ମିଲିୟନ ଛୁଇଁଛି । ପୂର୍ବରୁ ପ୍ରିୟଙ୍କା ଚୋପ୍ରାଙ୍କ ୬୦.୮ ଏବଂ ଶ୍ରଦ୍ଧା କାପୁରଙ୍କ ୫୮ ମିଲିୟନ ଫଲୋଅର୍ସ ଥିଲେ ।

ଏବେ କୋହଲି ସମସ୍ତଙ୍କୁ ପଛରେ ପକାଇ ଦେଇ ଲିଓନେଲ ମେସି, କ୍ରିଷ୍ଟିଆନ ରୋନାଲ୍ଡୋ ପରି ଖେଳାଳିଙ୍କ ଶ୍ରେଣୀକୁ ଆସିଛନ୍ତି । ରୋନାଲ୍ଡୋଙ୍କ ଇନଷ୍ଟାଗ୍ରାମରେ ସର୍ବାଧିକ ୨୬୬ ମିଲିୟନ ଫଲୋଅର୍ସ ରହିଛନ୍ତି । ମେସିଙ୍କ ୧୮୭, ଗାୟିକା ଆରିୟାନା ଗ୍ରାଣ୍ଡେଙ୍କ ୨୨୪ ମିଲିୟନ ପ୍ରଶଂସକ ରହିଛନ୍ତି ।

Leave A Reply

Your email address will not be published.