Latest Odisha News

BREAKING NEWS

ଶିମିଳିପାଳରେ କେମିତି ଲାଗିଲା ନିଆଁ: ଅନୁଧ୍ୟାନ କରି କାଲି ସୁଦ୍ଧା ରିପୋର୍ଟ ଦେବେ ପିସିସିଏଫ୍ ଓ୍ୱାଇଲ୍ଡ ଲାଇଫ୍

ଭୁବନେଶ୍ୱର: ତିନି ଦିନ ହେବ ଜଳୁଛି ଶିମିଳିପାଳ । ନିଆଁ ଲାଗି ଜଙ୍ଗଲର ବିସ୍ତୃତ ଅଞ୍ଚଳ ଛାରଖାର । କେମିତି ଲାଗିଲା ନିଆଁ, ସେନେଇ ଅନୁଧ୍ୟାନ ଜାରି ରହିଛି । ଶିମିଳିପାଳକୁ ଗୋଟିଏ ଟିମ୍ ପଠାଯାଇଛି । ପିସିସିଏଫ୍ ଓ୍ୱାଇଲ୍ଡ ଲାଇଫ ସେଠାକୁ ଯାଇଛନ୍ତି । ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ପିସିସିଏଫ୍ ଓ୍ୱାଇଲ୍ଡ ଲାଇଫ୍ ଘଟଣାର ଅନୁଧ୍ୟାନ କରୁଛୱନ୍ତି । କିପରି ଓ କାହିଁକି ନିଆଁ ଲାଗିଲା ସେନେଇ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ । କାଲି ପିସିସିଏଫ୍ ରିପୋର୍ଟ ଦେବେ ।

ତିନି ଦିନ ହେବ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ ଅଞ୍ଚଳ ଛାରଖାର ହୋଇଛି । ଏହା ପୂର୍ବରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟଣାରେ ଉଦବେଗ ପ୍ରକାଶ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର । ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ଓ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.