Latest Odisha News

BREAKING NEWS

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହତ୍ୟା ଘଟଣା, ଜାଣ‌ନ୍ତୁ କାହିଁକି ହାଣିଲେ ଅଭିଯୁକ୍ତ ?

ଭୁବନେଶ୍ୱର: ସିଆରପି ଛକରେ ଯୁବକଙ୍କ ହତ୍ୟା ଘଟଣା ପଛର ସତ୍ୟ ପୋଲିସ ହାତରେ ଲାଗିଛି । ପିକଅପ୍ ଭ୍ୟାନରେ ଥିବା ମୃତ ଜଟିଆ ସହ ହତ୍ୟାକାଣ୍ଡ ଭିଆଇ ଥିବା ସୁଧୀର ଓ ସାଗର ମଧ୍ୟ ଥିଲେ । କୌଣସି କାରଣରୁ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସାଗର ଓ ସୁଧୀର ଜଟିଆକୁ ଭୁଜାଲି ଓ ଫାର୍ସାରେ ହାଣି ହତ୍ୟା କରିଥିଲେ । ଜଟିଆର ମୃତ୍ୟୁପରେ ତାଙ୍କୁ ଗାଡିରେ ନେଇ ପଳାଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକାଇଥିଲେ । ସୁଧୀର ଓ ସାଗରଙ୍କୁ ନିସ୍ତୁକ ମାଡ ମାରିବା ସରହ ପୋଲିସକୁ ଖବର ଦେଇଥିଲେ ।

ହତ୍ୟାର ଶିକାର ହୋଇଥିବା ଜଟିଆକୁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସୁଧୀର ଓ ସାଗରକୁ ନିଜ ଜିମାକୁ ନେବା ସହ ସେମାନେ ଆହତ ହୋଇଥିବାରୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।

ଦିନ ଦ୍ୱିପ୍ରହରରେ ରାଜଧାନୀର ଏକ ପ୍ରମୁଖ ଅଂଚଳ ସିଆରପିରେ ଏପରି ହତ୍ୟାକାଣ୍ଡ ସାରା ସହରର ଲୋକଙ୍କୁ ଭୟଭୀତ କରିଦେଇଛି ।

Leave A Reply

Your email address will not be published.