Latest Odisha News

BREAKING NEWS

ନନ୍ଦିଗ୍ରାମରେ ମମତା ବନାମ ଶୁଭେନ୍ଦୁ ଲଢ଼େଇ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି । କାହାର ହେବ ନନ୍ଦିଗ୍ରାମ । ଏହି ଆସନରୁ ମମତା ବାନାର୍ଜୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବା ବେଳେ, ଦିଦିଙ୍କ ବିରୋଧରେ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି ବିଜେପି । କହିବାକୁ ଗଲେ, ଏଥର ନିନ୍ଦିଗ୍ରାମରେ ମମତା ଓ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ହେବ କଡ଼ା ଫାଇଟ୍ ।

ନନ୍ଦିଗ୍ରାମ ବିଧାନସଭା କ୍ଷେତ୍ର ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ ଭାବେ ଜଣାଯାଏ । କିନ୍ତୁ ଏବେ ସିଧାସଳଖ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟକ୍କର ଦେବେ ଶୁଭେନ୍ଦୁ ଅଧିକାରୀ । ପୂର୍ବରୁ ମମତାଙ୍କୁ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବାକୁ ଚ୍ୟାଲେଞ୍ଜ କରିଥିଲେ ଶୁଭେନ୍ଦୁ । ଆଜି ନନ୍ଦିଗ୍ରାମରୁ ଶୁଭେନ୍ଦୁ ଅଧିକାରୀଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ସରଗରମ ହେବ ନିର୍ବାଚନୀ ମାହୋଲ । ତେବେ ଦିଦିଙ୍କୁ ଚେକ୍‌ ଦେବାରେ ଶୁଭେନ୍ଦୁ କେତେଦୂର ସଫଳ ହେଉଛନ୍ତି, ତାହା କେବଳ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.