Latest Odisha News

BREAKING NEWS

ଫିଲ୍ମ ହଲରେ ରିଲିଜ ହେବନି ଫରହାନଙ୍କ ତୁଫାନ

ମୁମ୍ବାଇ: ଫରହାନ ଅଖତାରଙ୍କ ଆଗାମୀ ସ୍ପୋର୍ଟ୍ସ ଡ୍ରାମା ତୁଫାନ ଥିଏଟର କିମ୍ବା ହଲରେ ରିଲିଜ ହେବ ନାହିଁ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ପ୍ରଯୋଜକ ବିଚାର କରୁଛନ୍ତି । ଯେତେଦୂର ସମ୍ଭବ ଏହା ଆମାଜନ ପ୍ରାଇମରେ ରିଲିଜ ହେବ । ପୂର୍ବରୁ ଏହା ସେପ୍ଟମ୍ବର ୨୦୨୦ରେ ରିଲିଜ ହେବ ବୋଲି ସ୍ଥିର ହୋଇଥିଲା ।

ମାତ୍ର କରୋନା ମହାମାରୀ ଓ ଲକଡାଉନ ଯୋଗୁ ଏହା ସମ୍ଭବପର ହୋଇପାରି ନ ଥିଲା । ନିର୍ଦ୍ଦେଶକ ଓମପ୍ରକାଶ ମେହେରାଙ୍କ ମତରେ ଫିଲ୍ମ ହଲ ଖୋଲିଥିଲେ ମଧ୍ୟ ଦର୍ଶକ ଗହଳିଠାରୁ ନିଜକୁ ଦୂରେଇ ରଖୁଛନ୍ତି । ସବୁ ଦୃଷ୍ଟିକୋଣରୁ ବିଚାର କଲେ ଓଟିଟିରେ ଏବେ ଏହା ରିଲିଜ ହେବ । ଫରହାନ ଏହି ଫିଲ୍ମରେ ଜଣେ ବକ୍ସରଙ୍କ ଭୂମିକା କରୁଛନ୍ତି ।

Leave A Reply

Your email address will not be published.