Latest Odisha News

BREAKING NEWS

ବସ୍ତି ପାଇଁ ବବିତା ଦିଦି…

(ମହିଳା ଦିବସ ଅବସରରରେ ‌ସ୍ୱତନ୍ତ୍ର ଆଲେଖ୍ୟ)

ଭୁବନେଶ୍ୱର: ସେ ସାଜିଛନ୍ତି ବସ୍ତିର ବିଦ୍ୟାଦାତ୍ରୀ, ସେ ପୁଣି ବନିଛନ୍ତି ସେବାର ଦେବୀ । ବସ୍ତିବାସିନ୍ଦାଙ୍କ ସୁଖ ଦୁଃଖର ସାଥୀ ହୋଇଛନ୍ତି ବବିତା ଦିଦି । ଭୁବନେଶ୍ୱରର ବିଭିନ୍ନ ବସ୍ତି ଲୋକଙ୍କ ପାଇଁ ଆଗ ଡାକରା ନାଁ ବବିତା । ସେ ବୁଝିଛନ୍ତି ବସ୍ତିବାସିନ୍ଦାଙ୍କ ବେଦନା । ସେ ଦେଖିଛନ୍ତି ବସ୍ତିଲୋକଙ୍କ ଯନ୍ତ୍ରଣା । ନିଜେ ବସ୍ତିରେ ରହି ସେ ବଦଳାଇଛନ୍ତି ବସ୍ତିର ଭାଗ୍ୟ । କାହିଁକି ନା ସେ ଦେଖିଥିଲେ ପାଣି ବିନା କେମିତି ଜୀବନ ବଞ୍ଚେ, ଆଲୁଅ ବିନା କେମିତି ସବୁ ଅନ୍ଧାର ଲାଗେ, ପାଠ ବିନା କେମିତି ଭବିଷ୍ୟତ ବଇରୀ ସାଜେ । ଆଉ ଏହି ସବୁ ଅସୁବିଧା ଦେଖି ସେ ବନିଥିଲେ ବସ୍ତିବାସିନ୍ଦାଙ୍କ ବିକାଶର ଦିଦି ।

ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇ ସେ ହୋଇପାରିଛନ୍ତି ସମସ୍ତଙ୍କ ଆଦର । ପିଲାଙ୍କ ଡ୍ରେସ୍ ପାଖରୁ ଆରମ୍ଭ କରି ଖାତା କଲମ ପର୍ଯ୍ୟନ୍ତ ସବୁ ଯୋଗାଡ଼ କରିଛନ୍ତି ବବିତା । ଶେଷରେ ପାଠ ପଢା ପାଇଁ ଏକ ଟ୍ୟୁସନ୍ ଟିଚରଙ୍କ ବ୍ୟବସ୍ଥା ବି କରିଛନ୍ତି ସେ । ବିଭିନ୍ନ ସମୟରେ ଲୋକଙ୍କ ସିବିଧା ପାଇଁ ବବିତା ଅସୁବିଧାର ଓ ବିରୋଧର ସାମ୍ନା କରିଛନ୍ତି । ହେଲେ ଏହାକୁ ପଛକୁ ଠେଲି ସେ ଆଗେଇଛନ୍ତି ସାହାଯ୍ୟ କ୍ଷେତ୍ରରେ । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଉଦ୍ୟମ ସହ ମହିଳାଙ୍କ ହାତରେ ତିଆରି ବିଭିନ୍ନ ସାମଗ୍ରୀକୁ ବଜାରରେ ବିକ୍ରି କରିଛନ୍ତି ବବିତା ।

ଏବେ ନିଜର ଏକ ସଂସ୍ଥା ଗଠନ କରିଛନ୍ତି ସେ । ଯାହାର ନାଁ “ସକ୍ଷମ ଫାଉଣ୍ଡେସନ ଟ୍ରଷ୍ଟ” । ଏହା ମାଧ୍ୟମରେ ମହିଳାମାନଙ୍କ ପାଇଁ ବିଭିନ୍ନ କାମ କରୁଛନ୍ତି ବବିତା । ସୈନିକ ସ୍କୁଲ ବସ୍ତିରେ ଚାଲିଥିବା ଶ୍ରୀ କାର୍ଯ୍ୟକ୍ରମ ପାଇଁ ଲାଗିଛନ୍ତି ସେ । ପାଠ ପଢୁନଥିବା ପିଲାଙ୍କୁ ସ୍କୁଲରେ ନାମ ଲେଖାଇବା ଠୁ ଆରମ୍ଭ କରି ବାପାମାଆ ଛେଉଣ୍ଡ ପିଲାଙ୍କୁ ଚାଇଲ୍ଡ ଲାଇନରେ ଛାଡିବା ଆଦି କାମ କରୁଛନ୍ତି ବବିତା । ଏଥିପାଇଁ ତୋ ତାଙ୍କୁ ଡକାଯାଉଛି ଶିକ୍ଷାର ଦେବୀ ଓ ସେବାର ଦେବୀ ବବିତା ଦିଦି ……..

Leave A Reply

Your email address will not be published.