Latest Odisha News

BREAKING NEWS

ଆଜି ଦେଶରେ କରୋନା ଆକ୍ରାନ୍ତ କମ୍, ସୁସ୍ଥ ସଂଖ୍ୟା ଅଧିକ

ନୂଆଦିଲ୍ଲୀ: ଦେଶରେ ବଢ଼ିଛି ଦୈନିକ କରୋନା ସଂକ୍ରମଣ । ମୃତ୍ୟୁସଂଖ୍ୟା ବି ସାମାନ୍ୟ ବୃଦ୍ଧି ପାଇଛି । କିନ୍ତୁ ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମଣ ଅପେକ୍ଷା ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଦିନକରେ ଚିହ୍ନଟ ହୋଇଛନ୍ତି ୧୭ହଜାର ୯୨୧ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୨୦ହଜାର ୬୫୨ ସଂକ୍ରମିତ ।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧୨ଲକ୍ଷ ୬୨ହଜାର ୭୦୭କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୧କୋଟି ୯ଲକ୍ଷ ୨୦ ହଜାର ଆକ୍ରାନ୍ତ । ଏବେ ଦେଶରେ ୧ଲକ୍ଷ ୮୪ହଜାର ୫୯୮ କରୋନା ଆକ୍ଟିଭ୍ କେସ୍ ରହିଛି । ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ମହାମାରୀ ନେଇଛି ୧୧୩ ଆକ୍ରାନ୍ତଙ୍କ ଜୀବନ । କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୮ହଜାର ୬୩କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.