Latest Odisha News

BREAKING NEWS

ଆସନ୍ତା ମାସରୁ ପୁଣି ଥରେ ଦର୍ଶକଙ୍କ ମନ ମୋହିବ ‘ଦ କପିଲ ଶର୍ମା ସୋ’!

ନୂଆଦିଲ୍ଲୀ: ହୋଷ୍ଟ ତଥା ହାସ୍ୟ ଅଭିନେତା କପିଲ ଶର୍ମା ନିୟମିତ ଭାବରେ ତାଙ୍କ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ ଜଡିତ ଅଛନ୍ତି। ଡିଜିଟାଲ୍ ଡେବ୍ୟୁ ପାଇଁ ପ୍ରସ୍ତୁତ ଥିବା କପିଲ, ନିକଟରେ ତାଙ୍କର ଦ୍ୱିତୀୟ ସନ୍ତାନର ଜନ୍ମ ପରେ ବର୍ତ୍ତମାନ କିଛି ସମୟ ପାଇଁ ବିରତିରେ ନେଇଛନ୍ତି।

BjdElectrycity

ମଙ୍ଗଳବାର ଦିନ କପିଲ ଟ୍ୱିଟରରେ ତାଙ୍କର ଜଣେ ପ୍ରଶଂସକଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଦେଇଛନ୍ତି। ତାଙ୍କର ଏହି ପ୍ରଶଂସକ ଦୀପକ ମିଶ୍ର ଏକ କ୍ରୋନିକ୍‌ କିଡ୍‌ନୀ ଜନିତ ସମସ୍ୟାରେ ଜଡ଼ିତ। ଏହି ପ୍ରଶଂସକ ଜଣକ ତାଙ୍କ ପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ଭେଟିବାକୁ ଚାହୁଁଛନ୍ତି।

ଏହାର ପ୍ରତିକ୍ରିୟାରେ କପିଲ ଶର୍ମା କହିଛନ୍ତି ଯେ, ପିଠିରେ ଆଘାତ ଯୋଗୁ ସେ କିଛି ସମୟ ପାଇଁ ବ୍ରେକ୍‌ ନେଇଛନ୍ତି। ଆସନ୍ତା ମାସରେ ତାଙ୍କ ସୋ ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ କରିବ। ଦ କପିଲ ଶର୍ମା ସୋର ସୁଟିଂ ଆସନ୍ତା ମାସରୁ ପୁଣି ଥରେ ଆରମ୍ଭ ହେବ ବୋଲି ସେ ତାଙ୍କ ପ୍ରଶଂସକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.