ସତାରା: ମହାରାଷ୍ଟ୍ରର ସତାରାରେ ଜଣେ ୮୦ ବର୍ଷୀୟ ବୃଦ୍ଧ ପଥର ଖାଇ ବଂଚି ରହିଛନ୍ତି । ବିଶ୍ୱାସ ନ ହେଲେ ବି ଘଟଣାଟି ସତ । ୩୨ ବର୍ଷ ହେବ ରାମଭାଉ ଭୋଡକେ ପ୍ରତ୍ୟେକ ଦିନ ୨୫୦ ଗ୍ରାମ ପଥର ଖାଉଛନ୍ତି । ତାଙ୍କୁ ଆଖ ପାଖ ଲୋକ ପଥରବାଲା ବାବା ବୋଲି ଡାକୁଛନ୍ତି । ୧୯୮୯ରେ ମୁମ୍ବାଇରେ କାମ କରୁଥିବା ବେଳେ ହଠାତ ତାଙ୍କ ପେଟରେ ଭୀଷଣା ଯନ୍ତ୍ରଣା ଅନୁଭବ ହୋଇଥିଲା । ୩ ବର୍ଷ ଚିକିତ୍ସା କରିବା ସତ୍ୱେ ଯନ୍ତ୍ରଣା କମି ନ ଥିଲା । ଶେଷରେ ସେ ମୁମ୍ବାଇ ଛାଡି ନିଜ ଅଂଚଳକୁ ପଳାଇ ଆସିଥିଲେ ।
ଗ୍ରାମରେ ଜଣେ ବୃଦ୍ଧା ତାଙ୍କୁ ପଥର ଖାଇବା ପାଇଁ କହିଥିଲେ । ପ୍ରଥମ ଥର ସେ ଡରି କରି ଏହାକୁ ଖାଇଥିଲେ, ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ଯନ୍ତ୍ରଣା କମିଥିଲା । ବାସ୍ ଏହା ପରେ ସେ ସବୁଦିନ ପଥର ଖାଇବାକୁ ଲାଗିଲେ । ୩୧ ବର୍ଷ ହେବ ଏହା ତାଙ୍କ ନିତିଦିନିଆ କାର୍ଯ୍ୟ ହୋଇଯାଇଛି । ତାଙ୍କ ପାଖରେ ସର୍ବଦା ଛୋଟ ବଡ ପଥର ରହିଥାଏ । ଯେତେବେଳେ ମନ ହୁଏ ସେ ଏହାକୁ ଖାଇଥାନ୍ତି । ତେବେ ଡାକ୍ତର ସମ୍ପୂର୍ଣ୍ଣ ଭାବେ ଏହି ଥିଓରିକୁ ଅବିଶ୍ୱାସ କରୁଛନ୍ତି । ସିଟିସ୍କାନରେ ପେଟରେ ପଥର ଥିବା ଜଣାପଡିବା ପରେ ଡାକ୍ତରମାନେ ଚକିତ ହୋଇ ପଡିଛନ୍ତି । ରାମଭାଉଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
Comments are closed.