Latest Odisha News

BREAKING NEWS

ରୋହିତ ଓ କୋହଲି ଦମଦାର ଅର୍ଦ୍ଧଶତକ, ଇଂଲଣ୍ଡ ଆଗରେ ୨୨୫ ରନର ଟାର୍ଗେଟ୍

ଅହମ୍ମଦାବାଦ : ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଚାଲିଛି ଭାରତ-ଇଂଲଣ୍ଡ ପଞ୍ଚମ ତଥା ଶେଷ ଟି-ଟ୍ବେଣ୍ଟି । ସିରିଜର ଶେଷ ମ୍ୟାଚରେ ଇଂଲଣ୍ଡ ଆଗରେ ୨୨୫ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୨ ଓ୍ବିକେଟ ହରାଇ କରିଥିଲା ୨୨୪ ରନ ।

ଆରମ୍ଭରୁ କୌଣସି ରିସ୍କ ନନେଇ ବ୍ୟାଟିଂ କରିବାକୁ ଆସିଥିଲେ ରୋହିତ ଶର୍ମା ଓ କ୍ୟାପଟେନ ବିରାଟ କୋହଲି । ଉଭୟ ଇଂଲଣ୍ଡ ବୋଲରଙ୍କ ବିପକ୍ଷରେ କରିଥିଲେ ଧୂଆଁଧାର ବ୍ୟାଟିଂ । ତେବେ ଦଳ ୯୪ ରନରେ ହରାଇଥିଲା ରୋହିତ ଶର୍ମାଙ୍କ ଓ୍ବିକେଟ । ରୋହିତ ୩୪ ବଲରୁ ୬୪ ରନ କରି ଷ୍ଟୋକ୍ସଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ମଇଦାନକୁ ଓହ୍ଲାଇଥିଲେ ସୂର୍ଯ୍ୟକୁମାର । ସେ ଆସିବା ମାତ୍ରେ କରିଥିଲେ ବିସ୍ଫୋରକ ବ୍ୟାଟିଂ । କିନ୍ତୁ ଆଦିଲ ରସିଦଙ୍କ ବଲକୁ ଛକ୍କା ମାରିବାକୁ ଯାଇ ଆଉଟ ହୋଇଥିଲେ । ସୂର୍ଯ୍ୟକୁମାର ୧୭ ବଲରୁ ୩୨ ରନ କରି ପ୍ୟାଭିଲିୟନ ଫେରିଥିଲେ । ଦୁଇ ବ୍ୟାଟସମ୍ୟାନ ଆଉଟ ହୋଇଥିଲେ ବି କୋହଲି ଖେଳିଥିଲେ ଦମଦାର ଇନିଂସ । ସେ ୫୨ ବଲରୁ ୮୦ ରନ ସଂଗ୍ରହ କରିଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରୁ ସଂଗ୍ରହ କରିଥିଲେ ୩୯ ରନ ।

ସେହିପରି ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ଓ ଆଦିଲ ରସିଦ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.