ଚେନ୍ନାଇ : ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ବିଜେପି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ଭି.କେ ସିଂଙ୍କ ଏହି ଇସ୍ତାହାର ଜାରି କରିଛନ୍ତି । ତେବେ ଏହି ଇସ୍ତାହାରରେ କୃଷକଙ୍କ ସହ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇଛି ।
ବିଜେପିର ଘୋଷଣା ଅନୁସାରେ, ତାମିଲନାଡୁରେ ବିଜେପି କ୍ଷମତାକୁ ଆସିଲେ ୫୦ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ସେହିପରି କୃଷକମାନଙ୍କୁ ବାର୍ଷିକ ୬,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ । କୃଷି ପାଇଁ ପୃଥକ ବଜେଟ୍ ଅଣାଯିବ ବୋଲି କହିଛି ବିଜେପି । ସେହିପରି ୧୮ରୁ ୨୩ ବର୍ଷ ବୟସର ଯୁବତୀଙ୍କୁ ମାଗଣା ଦୁଇ ଚକିଆ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ । ଏଥିସହ ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଟାବଲେଟ୍ ଯୋଗାଇ ଦିଆଯିବ ।
ଏସବୁକୁ ବାଦଦେଲେ, ୧୨ ଲକ୍ଷ ଏକର ପଞ୍ଚାମି ଜମିର ପୁନରୁଦ୍ଧାର କରାଯାଇ ତାମିଲନାଡୁର ଅନୁସୂଚିତ ଜାତିର ଲୋକଙ୍କୁ ହସ୍ତାନ୍ତର କରାଯିବ । ବ୍ୟବସାୟ ପାଇଁ ତାମିଲନାଡୁକୁ ଦକ୍ଷିଣ ଭାରତର ଏକ ନମ୍ବର ରାଜ୍ୟ ଭାବେ ପରିଣତ କରାଯିବ ବୋଲି ଇସ୍ତାହାରରେ ଘୋଷଣା କରିଛି ବିଜେପି । ସେହିପରି ୨୦୨୨ ମଧ୍ୟରେ ରାଜ୍ୟର ସମସ୍ତ ଘରକୁ ଜଳ ଜୀବନ ମିଶନ ଅଧୀନରେ ପାଇପଲାଇନ ଜରିଆରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଘୋଷଣା କରିଛି ବିଜେପି ।
Comments are closed.