Latest Odisha News

BREAKING NEWS

ବିଷାକ୍ତ ମଦ ନେଲା ୪ ଜଣଙ୍କ ଜୀବନ, ASIଙ୍କ ସମେତ ୩ ଜଣ ପୋଲିସ କର୍ମଚାରୀ ନିଲମ୍ବିତ

ଉତ୍ତରପ୍ରଦେଶ: ଚିତ୍ରକୁଟରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ହୋଇଛି । ରାଜାପୁର ଅଞ୍ଚଳର ଖୋପା ଗାଁର କିଛି ଲୋକ ଏକ ଦୋକାନରୁ ମଦ କିଣି ପିଇଥିଲେ । ମଦ ପିଇବା ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ । ଶନିବାର ରାତି ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କର ବି ପ୍ରାଣ ଯାଇଛି । ମଦମୃତ୍ୟୁ ପରେ ଚିତ୍ରକୁଟ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡିଯାଇଛି । 

ସେପଟେ ମଦ ମୃତ୍ୟୁ ଘଟଣାରେ ଜଣେ ଏସ୍‌ଆଇଙ୍କ ସମେତ ୩ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଚିତ୍ରକୁଟ ଏସ୍‌ପି ଅଙ୍କିତ ମିତ୍ତଲ ରାଜାପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ଓ ୨ ଜଣ ସିପାହୀଙ୍କୁ ନିଲମ୍ବନ କରିଛନ୍ତି ।

Leave A Reply

Your email address will not be published.