Latest Odisha News

BREAKING NEWS

ଭାଙ୍ଗିଲା ଜାତୀୟ କବାଡି ପ୍ରତିଯୋଗିତା ଦର୍ଶକ ଗ୍ୟାଲେରୀ, ୧୦୦ରୁ ଅଧିକ ଆହତ

ହାଇଦ୍ରାବାଦ : ଜାତୀୟ ଜୁନିୟର କବାଡ଼ି ପ୍ରତିଯୋଗିତାରେ ଅଘଟଣ । ତେଲେଙ୍ଗାନାର ସୁରିୟାପେଟରେ ୪୭ତମ ଜାତୀୟ ଜୁନିୟର କବାଡ଼ି ପ୍ରତିଯୋଗିତା ଚାଲିଥିବା ବେଳେ ଭୁଷୁଡ଼ି ପଡ଼ିଲା ଷ୍ଟାଡିୟମର ଗ୍ୟାଲେରୀ । ଦର୍ଶକ ଗ୍ୟାଲେରି ଭୁଷୁଡ଼ି ପଡ଼ିବାରୁ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି । ଗ୍ୟାଲେରୀରେ କ୍ଷମତା ଠାରୁ ଅଧିକ ଦର୍ଶକ ବସିଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି ।

ଷ୍ଟାଡିୟମରେ ମୋଟ ୧୫ ହଜାର ଦର୍ଶକ ବସିବାର କ୍ଷମତା ରଖିଥିବା ବେଳେ, ପ୍ରତ୍ୟେକ ଗ୍ୟାଲେରୀର ଦର୍ଶକ କ୍ଷମତା ୫ ହଜାର ରହିଛି । ତେବେ ଏହି ପ୍ରତିଯୋଗିତା ପାଇଁ ସୁରିୟାପେଟରେ ମୋଟ ୩ଟି ଗ୍ୟାଲେରି କରାଯାଇଥିଲା । ଏହି ଜାତୀୟ ପ୍ରତିଯୋଗିତା ପାଇଁ ଦେଶର ବିଭିନ୍ନ ରାଜ୍ୟରୁ ଖେଳାଳିମାନେ ଆସିଛନ୍ତି ।

Leave A Reply

Your email address will not be published.