Latest Odisha News

BREAKING NEWS

ଆରପାରିରେ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଚକ୍ରଧର ସାହୁ

ଭୁବନେଶ୍ୱର : ଓଲିଉଡର ବିଶିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ଚକ୍ରଧର ସାହୁ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ଦିନ ଭୁବନେଶ୍ୱରରଏମ୍ସରେ ତାଙ୍କର ଦେହାନ୍ତ ଘଟିଛି ।

ମିଳିଥିବା ସୂଚନାନୁଯାୟୀ ସ୍ୱର୍ଗତଃ ସାହୁ ଫୁସଫୁସରେ ସଂକ୍ରମଣ ଯୋଗୁଁ ଅନେକ ଦିନ ଧରି ଚିକିତ୍ସିତ ହେଉଥିଲେ। ପ୍ରଥମେ ତାଙ୍କ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥିତ କିମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ ଆମ୍ରି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଆହୁରି ମଧ୍ୟ ପରବର୍ତ୍ତୀ ସମୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମସ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲାବେଳେ ଆଜି ସକାଳ ୫ଟା ୪୦ ମିନିଟରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୁତ୍ରରୁ ପ୍ରକାଶ।

ତାଙ୍କ ମୃତ୍ୟୁରେ ଓଡ଼ିଆ ଫିଲ୍ମ ଜଗତରେ ଅପୂରଣନୀୟ କ୍ଷତି ସୃଷ୍ଟି ହୋଇଥିବା ବେଳେ ତାଙ୍କ ବିୟୋଗରେ ସାରା ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି ।

ସେ ପୁଣେସ୍ଥିତ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଡିପ୍ଲୋମା ହାସଲ କରିଥିଲେ । ଏହି ଜଣାଶୁଣା ନିର୍ଦ୍ଦେଶକ ୧୯୬୬ ମସିହାରେ ଓଡ଼ିଆ ଫିଲ୍ମ ‘ନୀଳ ମାଷ୍ଟ୍ରାଣୀ’ ଜରିଆରେ ଓଲିଉଡ ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଆହୁରି ମଧ୍ୟ ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଏଡିଟର୍ ଭାବେ ‘ଓଡିଶା ରାଜ୍ୟ ଫିଲ୍ମ ପୁରସ୍କାର’ ଜିତି ଥିଲେ ।

ସେହିପରି ୨୦୧୧ ମସିହାରେ ‘କେବେ ତୁମେ ନାହଁ କେବେ ମୁଁ ନାହିଁ’, ଓ ୨୦୧୪ ମସିହାରେ ‘ସୁଖ ଆସୁଛି’ ଭଳି ସିନେମା ଲାଗି ସେ ଶ୍ରେଷ୍ଠ ଏଡିଟର ଆୱାର୍ଡ ଜିତିଥିଲେ ।

୨୦୦୭ ମସିହାରେ ରିଲିଜ ହୋଇଥିବା ‘ତୁମକୁ ପାରୁନି ତ ଭୁଲି’ ପାଇଁ ସେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ‘ଓଡିଶା ରାଜ୍ୟ ଫିଲ୍ମ ପୁରସ୍କାର’ ହାସଲ କରିପାରିଥିଲେ । ତାଙ୍କ ନିର୍ଦ୍ଦେଶିତ ଶେଷ ଚଳଚ୍ଚିତ୍ର ହେଉଛି ମିମାଂସା, ଯାହା ୨୦୧୬ ମସିହାରେ ରିଲିଜ ହୋଇଥିଲା ।

Leave A Reply

Your email address will not be published.