Latest Odisha News

ଛତିଶଗଡରେ ଲାଲ୍ ସେନା ଆତଙ୍କ, ଜାଳିଦେଲେ ୧୧ଗାଡି

ମାଲକାନଗିରି: ଛତିଶଗଡରେ ଜାରି ରହିଛି ମାଓବାଦୀଙ୍କ ଔଦ୍ଧତ୍ୟ । ବିକାଶକୁ ଲଗାତାର ବିରୋଧ କରୁଛି ଲାଲ୍ ସେନା । ଆତ୍ମଗର୍ବରେ ବଶୀଭୂତ ହୋଇ ଜାଳିଦେଲେ ୧୧ଟି ଗାଡି । ମାଓବାଦୀଙ୍କ ଲଙ୍କାକାଣ୍ଡରେ ଟ୍ରାକ୍ଟର, ରୋଡ୍ ରୋଲର୍ ଓ ଟ୍ରକ୍ ଜଳିପୋଡି ଧ୍ୱଂସ ହୋଇଥିବା ସୂଚନା ମିଳିଛି ।

ସଦ୍ୟ ରିପୋର୍ଟ ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ କୋଣ୍ଡାଗାଁ ଜିଲ୍ଲାର ଧାନଅରା ଗାଁରେ ଚାଲିଥିଲା ରାସ୍ତା କାମ । ଏହି କାମରେ ନିୟୋଜିତ ହୋଇଥିବା ୧୧ଟି ଗାଡିକୁ ୨୦ରୁ ଅଧିକ ମାଓବାଦୀ ଜାଳିଦେଇଥିଲେ । ମାଓବାଦୀଙ୍କ ଆତଙ୍କରାଜକୁ ନେଇ ସ୍ଥାନୀୟ ଲୋକେ ଏବେ କୋକଆ ଭୟରେ ବଂଚିବାକୁ ବାଧ୍ୟ ହୋଇଛନ୍ତି । ଘଟଣା ସ୍ଥଳକୁ ଡି.ଆର.ଜି ଯବାନ ପଠାଯାଇଥିବା କୋଣ୍ଡାଗାଁ ଏସ୍‌.ପି ସିଦ୍ଧାର୍ଥ ତିୱାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.