Latest Odisha News

BREAKING NEWS

ଭୁବନେଶ୍ବରରେ ଆହୁରି କଡ଼ାକଡ଼ି ହେବ କଟକଣା

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢ଼ିଲାଣି କରୋନା ଆକ୍ରାନ୍ତ ସଂଖ୍ୟା । ଏନେଇ ଚିନ୍ତା ବଢ଼ିଥିବା ବେଳେ, କଟକଣା ଲଗାଇବାକୁ ଅଣ୍ଟା ଭିଡିଲେଣି ସରକାର । ଖାସ କରି ରାଜଧାନୀ ଭୁବନେଶ୍ବରରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କଡ଼ା ପଦକ୍ଷେପ ନିଆଯିବ ବୋଲି କହିଛି ଭୁବନେଶ୍ବର ମହାନଗର ନିଗମ ।

ଆଜି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରି କହିଛନ୍ତି ଯେ, ଭୁବନେଶ୍ବରକୁ ରାଜ୍ୟ ବାହାରରୁ ଅଧିକ ଲୋକ ଆସୁଛନ୍ତି । ତେଣୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯେଉଁମାନେ ରାଜ୍ୟ ବାହାରୁ ଭୁବନେଶ୍ବରକୁ ଆସୁଛନ୍ତି, ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି । ତେବେ ଏସଆରସିଙ୍କ ଗାଇଡଲାଇନକୁ ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଏଥିସହ କଟକଣାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ବିଏମସି କମିଶନର । ସେହିପରି ଅଧିକାଂଶ ଲୋକ ମାସ୍କ ନପିନ୍ଧିବା ସହ ବଜାରରେ ସାମାଜିକ ଦୂରତା ନିୟମର ଉଲ୍ଲଂଘନ ହେଉଛି । ଏନେଇ ଚଢ଼ାଉ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ।

Leave A Reply

Your email address will not be published.