Latest Odisha News

BREAKING NEWS

ଗୋଆରେ ୧୪୪ ଧାରା ଜାରି, କରୋନା ସଂକ୍ରମଣ ବଢୁଥିବାରୁ ହୋଲି-ଇଦ୍‌-ଇଷ୍ଟର ପୂର୍ବରୁ ଗୋଆ ସରକାରଙ୍କ କଟକଣା 

ପାଣାଜୀ: କରୋନା ସଂକ୍ରମଣ ରୋକିବାକୁ ଗୋଆ ସରକାରଙ୍କ ପଦକ୍ଷେପ ।  ୧୪୪ ଧାରା ଜାରି କରିଛନ୍ତି ଗୋଆ ସରକାର । ଆଗକୁ ଗୋଆରେ ହୋଲି ଇଦ୍ ଓ ଇଷ୍ଟର ପର୍ବ ପାଳନ ହେବ । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରିଛନ୍ତି ସରକାର । 

ହୋଲି, ଇଦ୍‌-ଉଲ୍‌-ଫିତର ପାଳନ ଉପରେ କଟକଣା ଲଗାଯାଇଛି । ସର୍ବସାଧାରଣ ସ୍ଥଳରେ ପର୍ବ ପାଳନକୁ ଅନୁମତି ଦିଆଯାଇନାହିଁ । ସର୍ବସାଧାରଣରେ ଉତ୍ସବ ପାଳନ ଓ ଭିଡ଼ ନ କରିବାକୁ ଉତ୍ତର ଗୋଆର ଜିଲ୍ଲାପାଳ ଅଜିତ ରାୟ ନିର୍ଦ୍ଦେଶ ଦେଇଛନ୍ତି । ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । 

ଗୋଆରେ ସୋମବାର ହୋଲି ପାଳନ ହେବ । ଆଜି ସବ୍‌-ଇ-ବରାତ ପାଳନ ହେଉଥିବା ବେଳେ ଏପ୍ରିଲ ୪ ତାରିଖରେ ପାଳନ ହେବ ଇଷ୍ଟର । 

Leave A Reply

Your email address will not be published.