Latest Odisha News

BREAKING NEWS

ମହିମା ଚୌଧୁରୀଙ୍କୁ ଡେଟ୍‌ କରୁଥିଲେ ଅଜୟ ଦେବଗନ?

ମୁମ୍ବାଇ: ୯୦ ଦଶକରେ ଅଜୟ ଦେବଗନ ମହିମାଙ୍କୁ ଡେଟ କରୁଥିବା ଗୁଜବ ବେଶ୍‌ ପ୍ରଚାର ହେଉଥିଲା।ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ଏହି ଗୁଜବର ଖୁଲାସା କରିଛନ୍ତି।

ଅଜୟ ଦେବଗନ୍ ଏବଂ କାଜୋଲ ଫେବୃଆରୀ ୨୪, ୧୯୯୯ ରେ ବିବାହ ବନ୍ଧନରେ ଆବଦ୍ଧ ‌ହୋଇଥିଲେ। ପ୍ରାୟ ସମାନ ସମୟରେ ଅଜୟ ମହିମାଙ୍କୁ ଡେଟ କରୁଥିବା ଗୁଜବକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା।

ଏକ ସାକ୍ଷାତକାରରେ ମହିମା ଏହି ସବୁ ଗୁଜବକୁ ଖଣ୍ଡନ କରି କହିଛନ୍ତି ଯେ ତାଙ୍କର ଏକ କାର ଦୁର୍ଘଟଣା ହୋଇଥିଲା। ଏହି ସମୟରେ ଅଜୟ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ।

ବାଙ୍ଗାଲୋରରେ ଫିଲ୍ମ ‘ଦିଲ୍ କ୍ୟା କରେ’ ସୁଟିଂର ଶେଷ ଦିନରେ ମହିମା ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିଲା। ସେ ସୁସ୍ଥ ନହେବା ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରର ସୁଟିଂ ମଧ୍ୟ ବନ୍ଦ ରଖାଯାଇଥିଲା।

Comments are closed.