Latest Odisha News

BREAKING NEWS

ଧର୍ମଶାଳାରେ ସୂଚନା ଅଧିକାର କର୍ମୀଙ୍କ ଉପରେ ବୋମାମାଡ଼ ଘଟଣାରେ ୩ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଇମାମନଗର ଅଞ୍ଚଳରେ ସୂଚନାଧିକାର କର୍ମୀ ସର୍ବେଶ୍ୱର ବେଉରାଙ୍କ ଉପରେ ବୋମାମାଡ଼ ଘଟଣା । ବୋମାମାଡ଼ରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଗିରଫ ୩ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିବ ପୋଲିସ ।

୩ ଅଭିଯୁକ୍ତଙ୍କୁ ଗିରଫ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପି.ଆର । ଗତ ମାର୍ଚ୍ଚ ମାସ ୨୭ ତାରିଖରେ ସୂଚନାଧିକାର କର୍ମୀ ସର୍ବେଶ୍ୱର ବେଉରା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରୁଥିଲେ । ଏହି ସମୟରେ ଇମାମନଗର ଅଞ୍ଚଳରେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା । ୪ ଜଣ ଦୁର୍ବୃତ୍ତ ୪ ବୋମା ଫିଙ୍ଗି ଫେରାର୍ ହୋଇ ଯାଇଥିଲେ । ଏଥିରେ ସର୍ବେଶ୍ୱରଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଥିଲେ ।

ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । କଳିଙ୍ଗନଗର ଅତିରିକ୍ତ ଏସପିଙ୍କ ତତ୍ତ୍ଵାବଧାନରେ ଯାଜପୁର ରୋଡ୍ ଏସଡିପିଓ ଏହି ଘଟଣାର ତଦନ୍ତ ଭାର ସମ୍ଭାଳିଥିଲେ । ବୋମାମାଡ଼ ମାମଲାରେ ସମ୍ପୃକ୍ତ ୩ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ଯାଜପୁର ପୋଲିସ ।

Leave A Reply

Your email address will not be published.