Latest Odisha News

BREAKING NEWS

ଗୟାରେ ନିର୍ମାଣ ହେବ ଲକ୍ଷ୍ମଣ ଝୁଲା: ପ୍ରଶାସନିକ ସ୍ୱୀକୃତିକୁ ଅପେକ୍ଷା 

ଗୟା: ବିହାର ଗୟାରେ ନିର୍ମାଣ ହେବ ଲକ୍ଷ୍ମଣ ଝୁଲା । ଆଗାମୀ ଦିନରେ ଏହି ଯୋଜନା ଉପରେ କାମ କରିବାକୁ ପ୍ରସ୍ତୁତି ଚାଲିଛି । ବିଷ୍ଣୁପଦ ମନ୍ଦିର ସ୍ଥିତ ଦେବଘାଟରୁ ସୀତାକୁଣ୍ଡ ମଧ୍ୟରେ ଲକ୍ଷ୍ମଣ ଝୁଲା ନିର୍ମାଣ କରିବାକୁ ଯୋଜନା ଚାଲିଛି । ପ୍ରଶାସନିକ ସ୍ୱୀକୃତି ମିଳିବା ପରେ ଶୀଘ୍ର ଏହି ଯୋଜନାରେ କାମ ଆରମ୍ଭ ହେବ ବୋଲି ଜଣାପଡିଛି । ଏହି ଝୁଲା ପୋଲ ଦ୍ବାରା ତୀର୍ଥଯାତ୍ରୀଙ୍କୁ ବହୁତ ସୁବିଧା ମିଳିବ ।

ଝୁଲା ନିର୍ମାଣ ପରେ ୩ କିଲୋମିଟର ଦୂରତା ଗୋଟିଏ କିଲୋମିଟର ହୋଇଯିବ ଓ ତୀର୍ଥଯାତ୍ରୀ ସହଜରେ ଦେବଘାଟରୁ ସୀତାକୁଣ୍ଡ ଯାଇପାରିବେ । ପୋଲ ପାଇଁ ପାଖାପାଖି ୬୫ କୋଟି ଟଙ୍କା ଖର୍ଚ୍ଚ ହେବ । ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡିଛି । ସବୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି କେବଳ ପ୍ରଶାସନିକ ସ୍ୱୀକୃତିକୁ ଅପେକ୍ଷା ରହିଛି ।

Leave A Reply

Your email address will not be published.